ଶନିବାରରୁ ଏପ୍ରିଲ୍‌ ୪ ମଧ୍ୟରେ ଦୁଇଦିନ ବ୍ୟାଙ୍କ୍‌ ଖୋଲା ରହିବ

ନୂଆଦିଲ୍ଳୀ : ଦେଶର ସମସ୍ତ ସରକାରୀ ଓ ପ୍ରାଇଭେଟ୍‌ ବ୍ୟାଙ୍କ୍‌ ଆସନ୍ତାକାଲିରୁ ଏପ୍ରିଲ୍‌ ୪ ତାରିଖ ମଧ୍ୟରେ ଦୁଇ ଦିନ ଖୋଲା ରହିବ। ମାର୍ଚ୍ଚ ୨୭ ତାରିଖ ମାସର ଶେଷ ଶନିବାର। ୨୮ ତାରିଖ ରବିବାର ଓ ୨୯ ତାରିଖ ହୋଲି। ତେଣୁ ବ୍ୟାଙ୍କ୍‌ ବନ୍ଦ କରିବ।

ସେହିପରି ମାର୍ଚ୍ଚ ୩୧ ତାରିଖ ଆର୍ଥିକ ବର୍ଷର ଶେଷ ଦିନ। ସେଦିନ ମଧ୍ୟ ବ୍ୟାଙ୍କ୍‌ କାରବାର ବନ୍ଦ। ଏପ୍ରିଲ୍‌ ପହିଲାରେ ବ୍ୟାଙ୍କ୍‌ କ୍ଲୋଜିଂ ଅଫ୍‌ ଆକାଉଣ୍ଟ୍‌ ଓ ୨ ତାରିଖରେ ଗୁଡ୍‌ ଫ୍ରାଇଡେ ପଡୁଥିବା ବେଳେ ୪ ତାରିଖ ରବିବାର ପାଇଁ ବ୍ୟାଙ୍କ୍‌ ବନ୍ଦ ରହିବ। ତେଣୁ ମାର୍ଚ୍ଚ ୩୦ ଓ ଏପ୍ରିଲ୍‌ ୩ ତାରିଖ ଦୁଇଦିନ ବ୍ୟାଙ୍କ୍‌ ଖୋଲା ରହିବ। ତେବେ ପାଟ୍‌ନାରେ ଥିବା ବ୍ୟାଙ୍କ୍‌ଗୁଡ଼ିକ ମାର୍ଚ୍ଚ ୩୦ ତାରିଖରେ ବନ୍ଦ ରହିବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ପକ୍ଷରୁ ସୂଚନା ଦିଆଯାଇଛି। କିନ୍ତୁ ଏଟିଏମ୍‌ ଓ ଇଣ୍ଟର୍‌ନେଟ୍‌ ବ୍ୟାଙ୍କିଂ ସେବାରେ କୌଣସି ବାଧା ଉପୁଜିବ ନାହିଁ।

Leave a Reply

Your email address will not be published. Required fields are marked *

Back to top button