ଶନିବାରରୁ ନାଇଟ୍‌ କର୍ଫ୍ୟୁ

ମୁମ୍ବାଇ : କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣେ ସହରରେ ଆସନ୍ତାକାଲି ସନ୍ଧ୍ୟା ୬ରୁ ସକାଳ ୬ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଛି। ପୁଣେ ଡିଭିଜନାଲ କମିଶନର ଏହି ସୂଚନା ଦେଇଛନ୍ତି।

ପୁଣେ ଡିଭିଜନାଲ କମିଶନରଙ୍କ ସୂଚନ ଅନୁଯାୟୀ ଆଗାମୀ ୭ ଦିନ ପର୍ଯ୍ୟନ୍ତ ସହରର ସମସ୍ତ ହୋଟେଲ, ବାର୍‌ ଓ ରେସ୍ତୋରାଁକୁ ବନ୍ଦ କରାଯାଇଥିବା ବେଳେ ଖାଦ୍ୟ ହୋମ୍ ଡେଲିଭରି ପାଇଁ ଅନୁମତି ରହିଛି। ବିବାହ ଓ ଅନ୍ତିମ ସଂସ୍କାର ବ୍ୟତୀତ ଅନ୍ୟ ସବୁ ସାମାଜିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ବିବାହରେ ୫୦ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି। ଧାର୍ମିକସ୍ଥଳ ମଧ୍ୟ ୭ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ସଂକ୍ରମଣକୁ ବାଢୁଥିବାରୁ ଛତିଶଗଡ଼ ଦୁର୍ଗ ଜିଲ୍ଲାକୁ ଲକଡାଉନ୍ ଘୋଷଣା କରାଯାଇଛି। ଏହି କଟକଣା ଏପ୍ରିଲ୍ ୬ରୁ ୧୪ ଯାଏଁ ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି। ଏହି ସମୟରେ ଜରୁରୀ ସେବା ବ୍ୟତୀତ ଅନ୍ୟ ସବୁ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button