ସାନିଟାଇଜର ପିଇ ୧୦ ଜଣଙ୍କ ମୃତ୍ୟୁ

ପ୍ରକାଶମ : ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲା ଅନ୍ତର୍ଗତ କୁରିଛେଡୁ ଗାଁ’ରେ ମଦ ବଦଳରେ ସାନିଟାଇଜର ପିଇ ୧୦ ଜଣ ପ୍ରାଣ ହରାଇଛନ୍ତି। ଗୁରୁବାର ରାତିରେ ୪ ଜଣ ଓ ଶୁକ୍ରବାର ଭୋର ସମୟରେ ଆଉ ୬ ଜଣଙ୍କର ମୃତ୍ୟୁ ଘଟିଛି।

ଖବର ଅନୁଯାୟୀ କରୋନା ସଂକ୍ରମଣ ଯୋଗୁ କୁରିଛେଡୁ ଗାଁ ଓ ଏହାର ଆଖପାଖ ଅଞ୍ଚଳରେ କଟକଣା ଲାଗୁ କରାଯାଇଛି। ୧୦ ଦିନ ହେଲା ବନ୍ଦ ରହିଛି ମଦ ଦୋକାନ। ମଦ ନ ମିଳିବାରୁ କିଛି ରିକ୍ସା ଚାଳକ ଓ ଭିକ୍ଷାବୃତ୍ତି କରୁଥିବା ଲୋକ ମେଡିକାଲରେ ମାଗଣାରେ ମିଳୁଥିବା ସାନିଟାଇଜର ଆଣିଥିଲେ। ଏଥିରେ ଆଲକହଲ ଥିବାରୁ ଏହାକୁ ଥଣ୍ଡା ପାନୀୟରେ ମିଶାଇ ପିଇଥିଲେ। କିଛିଦିନ ହେଲା ସେମାନେ ଏଭଳି କରୁଥିବାରୁ ଗୁରୁବାର ୧୧ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ବ୍ୟକ୍ତି ବଞ୍ଚିଛନ୍ତି। ସେ ସବୁ କଥା କହିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖାଲି ସାନିଟାଇଜର ବୋତଲ ଗୁଡ଼ିକୁ ଜବତ କରିଛି।

ମତାମତ ଦିଅନ୍ତୁ ।