ସାନିଟାଇଜରର ସଠିକ୍‌ ବ୍ୟବହାର ସମ୍ପର୍କରେ ଆସନ୍ତୁ ଜାଣିବା

କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି। ଏଥିରୁ ମୁକ୍ତି ପାଇବା ପାଇଁ ଲୋକେ ଅଧିକ ମାତ୍ରାରେ ସାନିଟାଇଜର ବ୍ୟବହାର କରୁଛନ୍ତି। ଅନେକ ବାର ଧୋଉଛନ୍ତି ହାତ। କିନ୍ତୁ ସେମାନେ ଜାଣି ନାହାନ୍ତି ସାନିଟାଇଜର ବ୍ୟବହାର। ଆସନ୍ତୁ ଜାଣିବା ସଠିକ୍‌ ବ୍ୟବହାର ବିଷୟରେ:-

ଇଣ୍ଡିଆନ୍ ମେଡିକାଲ ଏସୋସିଏସନ ( ଆଇଏମ୍‌ଏ)ର ପୂର୍ବତନ ସଚିବ ତଥା ଇନଫେକ୍ସନ ଏକ୍ସପର୍ଟ ଓ ଦିଲ୍ଲୀ ମେଡିକାଲ କାଉନସିଲ୍‌ର ସାଇଣ୍ଟିଫିକ୍‌ କମିଟିର ଚେୟାରମ୍ୟାନ୍‌ ଡାକ୍ତର ନରେନ୍ଦ୍ର ସୈନୀ କହିଛନ୍ତି ସାନିଟାଇଜର ବ୍ୟବହାର ଓ କିଣିବା ନେଇ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର କ’ଣ ରହିଛି ଗାଇଡ୍‌ ଲାଇନ୍‌। ସେ କହିଛନ୍ତି ସାବୁନ୍‌ ଓ ପାଣିରେ ହାତ ଧୋଇବା ସବୁଠୁ ଭଲ ଅଭ୍ୟାସ। ଯଦି ଆପଣଙ୍କ ପାଖରେ ସଫା ପାଣି ରହିଛି ତେବେ ସାନିଟାଇଜର ଅପେକ୍ଷା ସାବୁନ୍ ଓ ପାଣିରେ ଧୁଅନ୍ତୁ। ଯେଉଁ ସମୟରେ ଏହି ସୁବିଧା ନଥାଏ ସାନିଟାଇଜରରେ ହାତ ଧୋଇବା ଉଚିତ।

ସେହିପରି ଅଧିକାଂଶ ଲୋକ ସାନିଟାଇଜର ହାତରେ ନେଇ ୨ରୁ ୩ ସେକେଣ୍ଡ ହାତରେ ଘଷି ଭାବନ୍ତି ହାତ ସଫା ହୋଇଗଲା। କିନ୍ତୁ ଏହା ଠିକ୍‌ ନୁହେଁ। ସାନିଟାଇଜରର ବ୍ୟବହାର କରି ଏହାକୁ ଅତି କମ୍‌ରେ ୧୦-୧୨ ସେକେଣ୍ଡ ଯାଏ ନିଜ ହାତରେ ଘଷନ୍ତୁ। ଯେପରି ହାତର ସବୁଆଡ଼େ ସାନିଟାଇଜର ଲାଗିବ। ଏପରି କଲେ ଭାଇରସ୍‌କୁ ହଟାଇବାରେ ପ୍ରଭାବଶାଳୀ ହେବ। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଗାଇଡ୍‌ଲାଇନ୍‌ କହେ ଦୁଇ ହାତକୁ ରଗଡ଼ନ୍ତୁ। ଦୁଇ ହାତର ଆଙ୍ଗୁଠିକୁ ଯୋଡ଼ି ଧିରେ ଧିରେ ଘଷନ୍ତୁ।    

ଡାକ୍ତର ସୈନୀ କହିଛନ୍ତି ୫ ଏମ୍‌ଏଲ୍‌ରୁ ଅଧିକ ସାନିଟାଇଜର ବ୍ୟବହାର କରିବା ଉଚିତ ନୁହେ‍ଁ। ଯେଉଁ ଅସାନିଟାଇଜରରେ ୬୦ରୁ ୭୦ ପ୍ରତିଶତ ଆଲକହଲ ମାତ୍ରା ରହିଥିବ ତାକୁ ବ୍ୟବହାର କରିବା ଉଚିତ। ତାହା ଇଥାଇଲ୍‌ ବା ଆଇସୋପ୍ରୋପାଇଲ୍‌ ଆଲକହଲ ହେବା ଆବଶ୍ୟକ। ଏହାଠାରୁ ମାତ୍ରା ଅଧିକ ହେଲେ ମଧ୍ୟ ବ୍ୟବହାର କରିବା ଠିକ୍‌ ନୁହେଁ। କେବଳ ସେତିକି ନୁହେଁ ସାନିଟାଇଜର ଲାଗିଥିବା ହାତରେ ଖାଦ୍ୟ ଖାଇବା କ୍ଷତିକାରକ ହୋଇପାରେ। କାରଣ ଏଥିରେ ବହୁତ ମାତ୍ରାରେ ଆଲକହଲ ରହିଥାଏ ଯାହା କିଡନୀ, ଲିଭର ଓ ହୃଦୟକୁ ପ୍ରଭାବିତ କରିପାରେ। ତେଣୁ ସାନିଟାଇଜର ଲଗାଇବାର ୨୦ ସେକେଣ୍ଡ ପରେ ଖାଦ୍ୟ ଖାଇବା ଉଚିତ। ସେ କହିଛନ୍ତି ସାନିଟାଇଜର ଦ୍ୱାରା ହାତ ସଫା କଲେ ଭୂତାଣୁ ନଷ୍ଟ ହୋଇଯାନ୍ତି। ବ୍ୟବହାରର ୨୦ ସେକେଣ୍ଡ ପରେ ଯଦି କେଉଁ ଜିନିଷକୁ ଛୁଉଁଛନ୍ତି ତେବେ ପୁଣି ଥରେ ହାତ ସଫା କରିବାକୁ ପଡିବ। ତେଣୁ ବାରମ୍ୱାର ସାନିଟାଇଜର ପ୍ରୟୋଗ ନକରି ହାତ ଧୋଇବା ଭଲ। 

ଆଲକହଲ ପିଉଥିବା ଲୋକଙ୍କୁ କରୋନା ଭୟ କମ୍‌ ଥାଏ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏହା ବିଲକୁଲ୍‌ ଠିକ ନୁହେଁ। କାରଣ ଭୂତାଣୁ ଶରୀରରେ ପଶିଲେ ନଳୀ ଭିତରେ ବସି ରହିନଥାଏ। ତାହା କୋଶିକା ଗୁଡ଼ିକ ଭିତରେ ରହିଯାଏ। ଦ୍ୱିତୀୟ କଥା ହେଲା ଆଲକହଲରେ ଜୀବାଣୁ ମରିବା ସମ୍ଭବ ନୁହେଁ। ଆଉ ଶରୀରରେ ଆଲକହଲର ମାତ୍ରା ବହୁତ ଅଧିକ ହୋଇଗଲେ ଏହା ହାର୍ଟ ଓ କିଡନୀ ଉପରେ ପ୍ରଭାବ ପକାଏ।

ସାନିଟାଇଜର ବ୍ୟବହାର ବେଳେ ୧୦ଟି କଥାକୁ ଧ୍ୟାନ ଦେବା ଜରୁରୀ:–

୧- ସାନିଟାଇଜରର ବ୍ୟବହାର  ସଫା ଦେଖାଯାଉଥିବା ହାତରେ ହିଁ କରନ୍ତୁ।

୨- ସାନିଟାଇଜରରେ ୬୦ରୁ୭୦ ପ୍ରତିଶତ ଇଥାଇଲ୍‌ ବା ଆଇସୋପ୍ରୋପାଇଲ୍‌ ଆଲକହଲ ରହିବା ଉଚିତ୍।

୩-  ହାତ ସଫା କରିବା ବେଳେ ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଗାଇଡ୍‌ ଲାଇନ୍‌କୁ ଧ୍ୟାନରେ ରଖନ୍ତୁ।

୪- ୧୫ରୁ ୨୦ ସେକେଣ୍ଡ ଯାଏ ହାତକୁ ଘଷନ୍ତୁ। ହାତର ସବୁ ଅଂଶରେ ଯେମିତି ସାନିଟାଇଜର ପହଞ୍ଚିବ।

୫- ହ୍ୟାଣ୍ଡ ସାନିଟାଇଜରକୁ ପ୍ରାଥମିକତା ଦିଅନ୍ତୁ ନାହିଁ। 

୬- ସାନିଟାଇଜରର ମାତ୍ରାକୁ ଧ୍ୟାନ ଦିଅନ୍ତୁ।

୭- ନିଜର ମୁହଁରେ ସାନଟାଇଜର ବ୍ୟବହାର କରନ୍ତୁ ନାହିଁ।

୮- ସାନିଟାଇଜର ବ୍ୟବହାର ସେହି ସ୍ଥାନରେ କରନ୍ତୁ, ଯେଉଁଠି ହାତ ଧୋଇବାର ବ୍ୟବସ୍ଥା ନାହିଁ।

୯- ସାବୁନ୍‌ ପାଣିରେ ହାତ ଧୋଇବା ଅଧିକ ପ୍ରଭାବଶାଳୀ। ତେଣୁ ଆବଶ୍ୟକତା ଅନୁଯାୟୀ ସାନିଟାଇଜରର ପ୍ରୟୋଗ କରନ୍ତୁ।

ମତାମତ ଦିଅନ୍ତୁ ।