ସଞ୍ଜୁଙ୍କ ବିରୋଧରେ ମାମଲାକୁ ରଦ୍ଦ କଲେ କର୍ଣ୍ଣାଟକ ହାଇକୋର୍ଟ

ମୁମ୍ବାଇ : କେଜିଏଫ୍‌ ଚାପ୍ଟର-୨ରେ ସଞ୍ଜୟ ଦତ୍ତ ଅଭିନୟ କରିବା ବିରୋଧରେ ରୁଜୁ ହୋଇଥିବା ଜନସ୍ଵାର୍ଥ ମାମଲାକୁ କର୍ଣ୍ଣାଟକ ହାଇକୋର୍ଟ ଅଗ୍ରହ୍ୟ କରିଛନ୍ତି।

ଆବେଦନକାରୀଙ୍କ ଅଭିଯୋଗ ହେଲା ସଞ୍ଜୟଙ୍କର ମୁମ୍ବାଇ ବୋମା ବିସ୍ଫୋରଣରେ ସଂପୃକ୍ତି ଥିବା ବେଳେ ବେଆଇନ୍‌ ଅସ୍ତ୍ରଶସ୍ତ୍ର ରଖି ପୋଲିସ ହାତରେ ଧରାପଡ଼ିଥିଲେ। ଏଭଳି ମାମଲାରେ ସଂପୃକ୍ତ ଲୋକ କେଜିଏଫ୍ ଭଳି ଚଳଚ୍ଚିତ୍ର କରିବା ବି‌ରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାକୁ ଅଗ୍ରାହ୍ୟ କରିଦେଇଛନ୍ତି। କୋର୍ଟ କହିଛନ୍ତିକୌଣସି ଅଭିନେତାଙ୍କୁ ଚଳଚ୍ଚିତ୍ରରେ କାମ କରିବାରୁ ବଞ୍ଚିତ କରିବାର ଆଇନ ନାହିଁ।

ମତାମତ ଦିଅନ୍ତୁ ।