ସାଂସଦଙ୍କ ଶ୍ୱଶୁର ଓ ଶଢ଼ୁଙ୍କୁ ସିବିଆଇ ସମନ

0

କୋଲକାତା: କୋଇଲା ଚୋରା ଚାଲାଣ ମାମଲାରେ ସିବିଆଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ଶ୍ୱଶୁର ଓ ଶଢ଼ୁଙ୍କୁ ସିବିଆଇ ସମନ କରିଛି। ମାର୍ଚ୍ଚ ୧୫ ତାରିଖରେ ସିବିଆଇର କୋଲକାତା ୟୁନିଟ୍‌ରେ ହାଜର ହେବାକୁ ସେମାନକୁ କୁହାଯାଇଛି।

ସୂଚନା ଅନ୍ୟଯାୟୀ ପୂର୍ବରୁ କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରାଙ୍କୁ ପଚାର ଉଚରା କରିଥିଲା। ଶାଳୀ ମାନେକା ଗମ୍ଭୀରଙ୍କୁ ମଧ୍ୟ ଜେରା କରାଯାଇଛି। ଆଜି ଅଭିଷେକ ବାନାର୍ଜୀଙ୍କ ଶ୍ଵଶୁର ପବନ ଏବଂ ଶଢ଼ୁ ତଥା ଶାଳୀ ମାନେକା ଗମ୍ଭୀରଙ୍କ ସ୍ୱାମୀ ଅଙ୍କୁଶ ଅରୋରାଙ୍କୁ ସିବିଆଇ ହାଜର ପାଇଁ ସମନ କରିଛି। ବେଆଇନ କୋଇଲା ଖଣି ଓ ଇଷ୍ଟର୍ଣ୍ଣ କୋଲଫଲ୍ଡିସ ଲିଃରୁ କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପଚରାଉଚରା କରିବ ବୋଲି ଜଣାପଡିଛି।

Leave A Reply

Your email address will not be published.