ସଂସଦରେ ମହିଳା ବିଲ୍‌ ପାରିତ କରିବାକୁ ବିଜେଡି ଉଦ୍ୟମ କରୁ : ନିରଞ୍ଜନ

ଭୁବନେଶ୍ୱର : ବିଜେପି ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ ବିଜେଡି ଉଦ୍ୟମ କରୁ। ଏହି ପ୍ରସ୍ତାବ ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ।

ବିଶ୍ୱ ମହିଳା ଦିବସ ପାଳନ ଅବସରରେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ନିରଞ୍ଜନ କହିଛନ୍ତି କଂଗ୍ରେସ ଦଳ ସର୍ବଦା ମହିଳାମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସିଛି। ମହିଳାମାନଙ୍କୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରିଛି। ରାଜ୍ୟ ତଥା ଦେଶର ମୁଖ୍ୟମନ୍ତ୍ରୀ ଠାରୁ ଆରମ୍ଭ କରି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ବାଚସ୍ପତି ପଦବୀରେ କଂଗ୍ରେସ ଦଳ ମହିଳାମାନଙ୍କୁ ଅବସ୍ଥାପିତ କରିଛି।

ସେ କହିଛନ୍ତି ବିଜେଡି ସରକାର ସର୍ବଦା ମହିଳାମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରୁଛି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଗାଁକୁ କାମ-ମା’କୁ ସମ୍ମାନର ନାରା ଦେଇ ଚାଲିଛି। କେନ୍ଦ୍ର ବିଜେପି ସରକାରଙ୍କୁ ସବୁ କ୍ଷେତ୍ରରେ ବିଜେଡି ଦଳ ସଂସଦରେ ସମର୍ଥନ କରି ଆସିଛି। ରାଜ୍ୟ ସରକାରଙ୍କର ଯଦି ଓଡିଶାର ମା’ଭଉଣୀଙ୍କ ପ୍ରତି ପ୍ରକୃତରେ ଦରଦ ଓ ଆନ୍ତରିକତା ଥାଏ ତେବେ ବିଜେଡି ଦଳ ବିଜେପି ଉପରେ ଚାପ ପକାଇ ସଂସଦରେ ମହିଳା ସଂରକ୍ଷଣ ବିଲ୍‌କୁ ପାରିତ କରିବାକୁ ଉଦ୍ୟମ କରନ୍ତୁ।

Leave a Reply

Your email address will not be published. Required fields are marked *

Back to top button