ସଂସଦରେ ଉଠିଲା କାଷ୍ଟିଂ କାଉଚ ପ୍ରସଙ୍ଗ

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଓ ଦ୍ରଗ୍ସ ଲିଙ୍କକୁ ନେଇ ଖୋଲତାଡ ଚାଲିଛି। ଅନ୍ୟପରେ ଟ୍ଵିଟର ବୟାନବାଜି ବିବାଦୀୟ ପରିସ୍ଥିତି କରିଥିବା ବେଳେ ଏହାକୁ ଲକ୍ଷ୍ୟ କଲେ ଦୁଇଭାଗରେ ବିଭକ୍ତ ହୋଇଯାଇଛି ବଲିଉଡ। କିନ୍ତୁ ସୋସିଆଲ ମିଡିଆରେ ମତ ରଖି ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ। ଏହିଭଳି ଏକ ସମୟରେ ଅଭିନେତ୍ରୀ ପାୟଲ ଘୋଷ ବଲିଉଡ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ବିରୋଧରେ ଆଣିଛନ୍ତି ଯୌନ ନିର୍ଯାତନା ଅଭିଯୋଗ। କଥା ସଂସଦରେ ପହଞ୍ଚିଛି। ବିଜେପିର ଗୋରଖପୁର ସାଂସଦ ରବି କିଶାନ ଏହି ପ୍ରସଙ୍ଗ ଉଠାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରବିବାର ରାତିରେ ଏହି ପ୍ରସଙ୍ଗ ଉପରେ ଲୋକସଭାରେ ହୋଇଛି ପାଖାପାଖି ଏକଘଣ୍ଟା ବିତର୍କ। ରବି କିଶନ କଡ଼ା ଆଇନ ଦାବି କରିଥିବା ବେଳେ ପାଏଲଙ୍କ ସମର୍ଥନରେ ବାହାରିଛନ୍ତି ବିଜେପିର ରାଜ୍ୟସଭା ସାଂସଦ ରୁପା ଗାଙ୍ଗୁଲି।

ସଂସଦରେ ରବି କିଶାନ କହିଛନ୍ତି ଦେଶରେ ଝିଅମାନଙ୍କୁ ଦେବୀ ଦୁର୍ଗା ଭଳି ସମ୍ମାନ ଦିଆଯାଉଛି। କିନ୍ତୁ ବଲିଉଡ ସମେତ ଅନେକ କ୍ଷେତ୍ରରେ କିଛି ବ୍ୟକ୍ତି କ୍ୟାରିଅର ବାହାନାରେ ଶାରାରିକ ସମ୍ପର୍କ ପାଇଁ ଦାବି କରିଛନ୍ତି। ତେବେ ସେ ଏହି ସମୟରେ କାହାର ନାଁ ନେଇ ନାହାନ୍ତି।

ଅନ୍ୟପକ୍ଷରେ ପାୟଲଙ୍କୁ ତୁରନ୍ତ ନ୍ୟାୟ ଦେବା ପାଇଁ ସେ ଦାବି କରି ବିଜେପିର ରାଜ୍ୟସଭା ସାଂସଦ ରୁପା ଗାଙ୍ଗୁଲି ସଂସଦ ପରିସରରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ରୁପା ମୁମ୍ୱାଇ ପୋଲିସ ଓ ମହାରାଷ୍ଟ୍ର ସରକାରକୁ ଟାର୍ଗେଟ କରିଥିଲେ। ସେ କହିଲେ ବଲିଉଡର କ୍ଷମତାଶାଳୀ ଲୋକ ବେଆଇନ କାରବାରେ ସାମିଲ୍ ଅଛନ୍ତି। ସେମାନଙ୍କ ପାଇଁ ନବାଗତ ଅଭିନେତ୍ରୀ ଶୋଷଣ ହେଉଛନ୍ତି।

ମତାମତ ଦିଅନ୍ତୁ ।