ସାନ୍ତାକ୍ଲଜ ବାଣ୍ଟିଲେ କରୋନା : ୧୮ ମୃତ ଓ ୧୫୭ ଅସୁସ୍ଥ

ବ୍ରୁସେଲ : ବେଲଜିୟମ୍‌ର କେୟାର ହୋମରେ ରହୁଥିବା ଲୋକଙ୍କ ପାଇଁ ସାନ୍ତାକ୍ଲଜଠାରୁ ଉପହାର ନେବା ଭାରି ପଡିଛି। ସାନ୍ତାକ୍ଲଜ କରୋନା ସଂକ୍ରମିତ ହୋଇଥିବା କାରଣରୁ ୧୨୧ ଜଣ ଲୋକ ଓ ୩୬ ଜଣ ଷ୍ଟାଫ ସଂକ୍ରମିତ ହୋଇଯାଇଛନ୍ତି। ଏମାନଙ୍କ ଭିତରୁ ୧୮ ଜଣଙ୍କର ମୃତ୍ୟୁ ହୋଇଛି।

ଡେଲିମେଲ୍‌ର ରିପୋର୍ଟ ଅନୁଯାୟୀ ବେଲଜିୟମର ଏନଟର୍ପର କେୟାର ହୋମ୍‌ର କର୍ମଚାରୀ ସେଠାରେ ରହୁଥିବା ବୟସ୍କ ଲୋକଙ୍କ ମନୋବଳ ବଢାଇବାକୁ ଚାହୁଁଥିଲେ। ତେଣୁ ସେ ସାନ୍ତାକ୍ଲଜ୍‌କୁ ଡକାଇ ତାଙ୍କ ହାତରେ ବୟସ୍କ ଲୋକଙ୍କୁ ଉପହାର ଦେବାର ଯୋଜନା କରିଥିଲେ। ସେଥିପାଇଁ କେୟାର ହୋମର ଲୋକଙ୍କର ଦେଖାଶୁଣା କରୁଥିବା ଜଣେ ଚିକିତ୍ସକଙ୍କୁ ସାନ୍ତାକ୍ଲଜ କରିଥିଲେ।

ଯୋଜନା ଅନୁସାରେ ପ୍ରାୟ ୨ ସପ୍ତାହ ପୂର୍ବରୁ ଚିକିତ୍ସକ ସାନ୍ତାକ୍ଲଜ ହୋଇ କେୟାରହୋମ୍‌କୁ ଆସିଥିଲେ। ବୟସ୍କ ଲୋକଙ୍କ ସହିତ ସମୟ ବିତାଇବା ସହିତ ଗିରଫ୍ଟ ବାଣ୍ଟିଥିଲେ। ସେହି ସମୟ ପର୍ଯ୍ୟନ୍ତ ଜଣାପଡିନଥିଲା ସାନ୍ତାକ୍ଲଜ କରୋନାରେ ସଂକ୍ରମିତ ହୋଇଛନ୍ତି। ଯେତେବେଳେ ସେ ଅସୁସ୍ଥ ହୋଇଥିଲେ ତାଙ୍କର କରୋନା ଟେଷ୍ଟ କରାଯିବାରୁ ରିପୋର୍ଟ ପଜିଟିଭ ଆସିଥିଲା। ଏହାପରେ କେୟାର ହୋମରେ ରହୁଥିବା ଲୋକଙ୍କ ଭିତରୁ ଜଣେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। କରୋନା ମାମଲା ବଢିବା ପରେ ପ୍ରଶାସନ ସାନ୍ତା କ୍ଲଜକୁ ସୁପର ସ୍ପ୍ରେଡର୍ ଘୋଷଣା କରିଛି।

ମତାମତ ଦିଅନ୍ତୁ ।