ଶପଥ ନେଲେ ଓଡ଼ିଶାର ୪ ରାଜ୍ୟସଭା ସାଂସଦ

ଭୁବନେଶ୍ଵର : ରାଜ୍ୟସଭା ସାଂସଦଭାବେ ଆଜି ଓଡ଼ିଶାର ମମତା ମହନ୍ତ, ସୁବାସ ସିଂ, ମୁଜିବୁଲ୍ଲା ଖାନ ଓ ସୁଜିତ କୁମାର ସଂସଦରେ ଶପଥ ଗ୍ରହଣ କରିଛନ୍ତି। ଏହି ୪ ସାଂସଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏମାନବ୍ୟତୀତ ଶପଥ ନେଇଥିବା ସାଂସଦଙ୍କ ମଧ୍ୟରେ ରହିଛନ୍ତି ବିଜେପିର ଜ୍ୟୋତିରାଦିତ୍ୟ ସିନ୍ଧିଆ, କଂଗ୍ରେସର ଦିଗବିଜୟ ସିଂହ ଓ କଂଗ୍ରେସର ମଲ୍ଲିକାର୍ଜୁନ ଖାଡଗେଙ୍କ ଭଳି ପ୍ରମୁଖ ନେତା। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନବ ନିର୍ବାଚିତ ସାଂସଦଙ୍କୁ ଶପଥ ଗ୍ରହଣ କରାଇଛନ୍ତି। ବୁଧବାର ୨୦ଟି ରାଜ୍ୟରୁ ନିର୍ବାଚିତ ୬୧ ସାଂସଦଙ୍କ ମଧ୍ୟରୁ ୪୫ ଜଣ ଶପଥ ନେଇଛନ୍ତି। ଏହି ୪୫ ସାଂସଦଙ୍କ ମଧ୍ୟରୁ ବିଜେପିର ୧୮ ଜଣ, କଂଗ୍ରେସର ୧୦ ଜଣ, ଓ୍ୱାଇଏସ୍ଆର କଂଗ୍ରେସର ୪ ଜଣ ସଦସ୍ୟ ରହିଛନ୍ତି।

ମତାମତ ଦିଅନ୍ତୁ ।