Breaking Newsରାଜ୍ୟ

ସପ୍ତାହକୁ ଗଜପତି ୪ ଦିନ ସଟ୍‌ଡାଉନ୍

ଗଜପତି : ଗଜପତି ଜିଲ୍ଲାରେ ସପ୍ତାହକୁ ୪ ଦିନ ସଟ୍‌ଡାଉନ୍ କଟକଣା ଲାଗୁହେବ। ଏହି ଘୋଷଣା କରିଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ଶାହା।

ମଙ୍ଗଳବାର ଘୋଷଣା ଅନୁଯାୟୀ ସପ୍ତାହର ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ଗଜପତି ଜିଲ୍ଲାକୁ ସଟଡାଉନ୍ କରାଯିବ। ତେବେ ପୂର୍ବ ଭଳି ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ୩ ଦିନ ଲକ୍‌ଡାଉନ କଟକଣା ଜାରି ରହିବ। ଜିଲ୍ଲାର ସମସ୍ତ ବ୍ଲକ୍ ହେଡକ୍ବାର୍ଟର ମଧ୍ୟ ସଟଡାଉନ୍ ରହିବ ବୋଲି ବୋଲି ନିର୍ଦେଶନାମାରେ କୁହାଯାଇଛି। ଅନାବଶ୍ୟକ କାର୍ଯ୍ୟ ପାଇଁ ପାରଳାଖେମୁଣ୍ଡି ସହର ଓ ବ୍ଲକ୍ ହେଡକ୍ଵାର୍ଟରକୁ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ ମଧ୍ୟ କଟକଣା ଲଗାଯାଇଛି। ଏହାଛଡା କାଶୀନଗର ଏନଏସି, ରାନିପେଣ୍ଟୋ, କେରାଣ୍ଡି, ଜାମି ଓ କତଲକଇଠା ଆଦି ଗ୍ରାମ ପଞ୍ଚାୟତକୁ ଗୁରୁବାର ଠାରୁ ରବିବାର ପର୍ଯ୍ୟନ୍ତ ୪ ଦିନ ସଟଡାଉନ କରାଯାଇଛି। ଆଗାମୀ ୩୦ ତାରିଖରୁ ଅଗଷ୍ଟ ୨ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।

Back to top button