ସପ୍ତାହର ଏହି ଦିନରେ ଭୁଲରେ କାଟନ୍ତୁ ନାହିଁ ନଖ ଓ କେଶ

ଆମ ସମାଜରେ ଅନେକ ନୀତି ନିୟମ ରହିଛି । ଯାହାକୁ ମାନି ଲୋକେ ଦୈନିକ ଜୀବନର କର୍ମ ସମ୍ପାଦନ କରନ୍ତି । ଏହି କ୍ରମରେ କେଉଁ ଦିନ କ’ଣ କଲେ ଶୁଭଙ୍କର ହେବ ଆସନ୍ତୁ ସେ ବିଷୟରେ ଜାଣିବା – 

ମଙ୍ଗଳବାର ନଖ କାଟିଲେ ଭାଇ ମାନଙ୍କ ମଧ୍ୟରେ ମନାନ୍ତର ହୋଇଥାଏ ବୋଲି ବିଶ୍ୱାସ କରାଯାଏ । ଏହାଛଡା ଶରୀରରେ ରକ୍ତ ସମ୍ୱନ୍ଧୀୟ ରୋଗ ହୋଇଥାଏ । ଆଉ ଏହି ଦିନରେ କେଶ କାଟିଲେ ଧନାହାନୀ ହୁଏ।  ମଙ୍ଗଳ ଗ୍ରହ ଯଦି ଆପଣଙ୍କ ଦୁର୍ବଳ ତେବେ କେବେ ଏ ଭୁଲ କରନ୍ତୁ ନାହିଁ। ମଙ୍ଗଳବାର କେବେ କେଶ କାଟନ୍ତୁ ନାହିଁ ।  ଅନ୍ୟଥା ମଙ୍ଗଳ ଗ୍ରହ ଅଶୁଭ ଫଳ  ଦେଇଥାଏ ।  

ଗୁରୁବାର ନଖ କାଟିବା ଦ୍ୱାରା ଶିକ୍ଷା କ୍ଷେତ୍ରରେ ପଛରେ ପଡ଼ିଯିବାର ସମ୍ଭାବନା ଥାଏ। ଗ୍ରହମାନଙ୍କ ଠାରୁ ଆସୁଥିବା କିରଣ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ । ପେଟ ସମ୍ବନ୍ଧୀୟ ରୋଗ ମଧ୍ୟ ହୋଇଥାଏ । ତେଣୁ ଏହି ଦିନରେ ବାଳ କାଟିବା ଅଶୁଭ। କାରଣ ଏହା ଦାମ୍ପତ୍ୟ ଜୀବନରେ  ଅଶାନ୍ତି  ଆଣିସିଥାଏ। 

ସପ୍ତାହର ଶନିବାର ଭୁଲରେ ନଖ ଓ କେଶ କାଟନ୍ତୁ ନାହିଁ । ଏମିତି କଲେ ଆୟୁଷହାନୀ ହୁଏ । ଘରକୁ ଦରିଦ୍ରତା ଫେରିଆସେ । କେବଳ ସେତିକି ନୁହେଁ କେଶ କାଟିବା ଦ୍ୱାରା  ମନରେ ଭୁଲ୍‌ କାମ କରିବାର ବିଚାର ଆସେ ।

ଯେଉଁ ଲୋକ ଗଣ୍ଠି ତଥା ଅଣ୍ଟା ପୀଡ଼ା ସମସ୍ୟାରେ ପୀଡ଼ିତ। ଏହି ଦିନ କେଶ କାଟିବା ଦ୍ୱାର ତାଙ୍କର ରୋଗ ବଢ଼ିଯାଏ। ତେଣୁ ବାରଣ କରାଯାଇଥିବା ଦିନରେ ଏସବୁ କାମ କଦାପି କରନ୍ତୁ ନାହିଁ । ନୁହେଁତ ଅସୁବିଧାରେ ପଡ଼ିପାରନ୍ତି।

ମତାମତ ଦିଅନ୍ତୁ ।