ସପ୍ତାହରେ ୩ ଦିନ ମଝିଘରିଆଣି ମନ୍ଦିର ବନ୍ଦ

ରାୟଗଡ଼ା : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ମା’ ମଝିଘରିଆଣି ମନ୍ଦିର ସପ୍ତାହରେ ୩ ଦିନ ବନ୍ଦ ରଖିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ରବିବାର, ମଙ୍ଗଳବାର ଓ ବୁଧବାର ମନ୍ଦିରରେ ମାନସିକଧାରୀଙ୍କ ପ୍ରବଳ ଭିଡ ହେଉଥିବାରୁ ଏହି ଦିନ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯାଇଛି। କେବଳ ପୂଜକ ମନ୍ଦିର ଯାଇ ମା’ଙ୍କ ରିତନୀତି କରିବାକୁ ଜିଲ୍ଲାପାଳ ସରୋଜ କୁମାର ମିଶ୍ର ନିର୍ଦେଶ ଦେଇଛନ୍ତି। ଏଥିସହିତ ମା’ଙ୍କ ଚୈତ୍ର ଯାତ୍ରା ସମୟରେ ଏପ୍ରିଲ ୨୩ରୁ ୨୭ ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ସମ୍ପୁର୍ଣ୍ଣ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *

Back to top button