ସାରା ବିଶ୍ୱରେ ଟ୍ୱିଟର ସେବା ବନ୍ଦ

0

ନୂଆଦିଲ୍ଲୀ : ଟ୍ୱିଟର ସେବା ଆଜି ହଠାତ ବନ୍ଦ ହୋଇଯିବାରୁ ୟୁଜରମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଗତ ଶୁକ୍ରବାର ମଧ୍ୟ ସମାନ ସ୍ଥିତି ହୋଇଥିଲା। ତେବେ ଏହି ସମସ୍ୟା କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଦେଖିବାକୁ ମିଳିଛି। କିନ୍ତୁ କିଛି ଟ୍ୱିଟର ୟୁଜର ଟ୍ୱିଟ୍ କରିପାରୁଥିବା ବେଳେ ବହୁ ପ୍ରତିଶତ ୟୁଜର ଏହି ସେବାରୁ ବଞ୍ଚିତ ହୋଇଛନ୍ତି।

ଏଭଳି ସମସ୍ୟା ଟ୍ୱିଟରର ଯାନ୍ତ୍ରିକ ତ୍ରୁଟି ପାଇଁ ହୋଇଥିବା କୁହାଯାଉଛି। ଡେସ୍କଟପରେ ଟ୍ୱିଟର ଆକାଉଣ୍ଟ ସ୍ୱୟଂଚାଳିତ ଭାବରେ ଲଗ ଆଉଟ ହୋଇଯାଇଥିବା ବେଳେ ଆଣ୍ଡ୍ରୋଏଡ ଓ ଆଇଫୋନ ୟୁଜରଙ୍କୁ କୌଣସି ଅସୁବିଧା ସାମ୍ନା କରିବାକୁ ପଡ଼ିନଥିବା ଜଣାପଡ଼ିଛି। ସମସ୍ୟା କେବଳ ଡେସ୍କଟପରେ ସୀମିତ ଥିଲା ବୋଲି କୁହାଯାଉଛି। ଏହାପୂର୍ବରୁ ଏପ୍ରିଲ ୧୭ ସକାଳ ୬ଟା ୨୧ରେ ଟ୍ଵିଟ ସେବା ଠପ୍ ହୋଇଯାଇଥିଲା।

Leave A Reply

Your email address will not be published.