ସରକାର ଓ କୃଷକ ସଂଗଠନ ବୈଠକ : ସମାଧାନର ବାଟ ବାହାରିଲାନି ପୁଣି ୧୫ରେ ବସିବେ

ନୂଆଦିଲ୍ଲୀ : ନୂଆ କୃଷି ବିଲନେ ନେଇ କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି। ଏହାର ସମାଧାନ ପାଇଁ ଆଜି ଦିଲ୍ଲୀର ବିଜ୍ଞାନ ଭବନରେ ସରକାର ଓ କୃଷକ ସଙ୍ଗଠନ ଅଷ୍ଟମ ପର୍ଯ୍ୟାୟ ବୈଠକ ବସିଥିଲେ ମଧ୍ୟ କୌଣସି ନିଷ୍ପତ୍ତି ହୋଇପାରିନାହିଁ। ଆଗାମୀ ୧୫ ତାରିଖରେ ପୁଣି ବୈଠକ ବସିବ ବୋଲି ଜଣାପଡିଛି।

ଶୁକ୍ରବାର ବୈଠକରେ ସରକାର ଓ କୃଷକ ସଂଗଠନ ନିଜ ଜିଦରେ ଅଟଳ ରହିଛନ୍ତି। ଆରମ୍ଭରୁ କୃଷକ ସଙ୍ଗଠନ ପୂର୍ବ ଦାବିକୁ ଦୋହରାଇଥିଲା। ଦାବି କରିଥିଲା ସଂଶୋଧନ ନୁହେଁ, ନୂତନ କୃଷି ଆଇନ ପ୍ରତ୍ୟାହାର କରାଯାଉ। କୃଷକଙ୍କ ଏହି ପ୍ରସ୍ତାବରେ ସରକାର ରାଜି ହୋଇନାହାନ୍ତି। ଜାନୁଆରୀ ୧୫ରେ ପୁଣି ଥରେ ବୈଠକ ହେବ।

ଅନ୍ୟପକ୍ଷରେ ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଚାଷୀମାନେ ରାସ୍ତାରୁ ହଟିବେ ନାହିଁ ବୋଲି କହିସାରିଛନ୍ତି। ପ୍ରବଳ ଥଣ୍ଡା-ବର୍ଷା ସତ୍ତ୍ୱେ ସିଙ୍ଘୁ ସୀମା ଓ ଗାଜିପୁର ସୀମାରେ ହଜାର ହଜାର ଚାଷୀ ଆନ୍ଦୋଳନ ଜାରି ରଖିଛନ୍ତି। ଗତ ଶନିବାର ରାତିରୁ ବର୍ଷା ହେବାରୁ ଆନ୍ଦୋଳନରତ ଚାଷୀଙ୍କ ସ୍ଥିତି ଆହୁରି ଜଟିଳ ହୋଇଯାଇଛି। ଚାଷୀନେତାମାନେ କହିଛନ୍ତି ନୂଆ କୃଷି ଆଇନ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗିଦେବ। ତେଣୁ କର ବା ମର ଲଢେଇ ପାଇଁ ସେମାନେ ପ୍ରସ୍ତୁତ ରହିଛନ୍ତି।

ମତାମତ ଦିଅନ୍ତୁ ।