ସରକାରୀ ଆକାଉଣ୍ଟରୁ ୫ କୋଟି ଗାଏବ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗର ଏନଏଚଏମ ଆକାଉଟାଣ୍ଟ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ଗାଏବ। ଏହି ଟଙ୍କା ରାଉରକେଲାର କୌଣସି ଏକ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ଗତକାଲି ଭାରତୀୟ ଷ୍ଟେଟ ବ୍ୟାଙ୍କ ସୁବର୍ଣ୍ଣପୁର ଶାଖାରୁ ଷ୍ଟେଟମେଣ୍ଟ ଆସିବା ପରେ ଏ କଥା ଜଣାପଡିବାରୁ ମାମଲା ଦାୟର କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ଖବର ଅନୁଯାୟୀ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଜାଣତରେ ୫ କୋଟି ୧ ଲକ୍ଷ ୫୦ ହଜାର ଟଙ୍କା ସରକାରୀ ଆକାଉଣ୍ଟରୁ ଯାଇଛି। ସେଥିପାଇଁ ଜିଲ୍ଲା ସିଡିଏମପିଏଚଓ କ୍ରାଇମ ବ୍ରାଞ୍ଚ କଟକ ସହିତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କଠାରେ ଅଭିଯୋଗ କରିଛନ୍ତି। ଏହାଛଡା ବିଭାଗରେ ମଧ୍ୟ ଖୋଳତାଡ ଚାଲିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button