ସରକାରୀ କଳର ଅପବ୍ୟବହାର ଅଭିଯୋଗ ଆଣିଲା ବିଜେପି

ଭୁବନେଶ୍ୱର : ପିପିଲି ଉପନିର୍ବାଚନ ଜିତିବା ପାଇଁ ଶାସକ ଦଳ ସରକାରୀ କଳର ଅପବ୍ୟବହାର କରିବା ଆରମ୍ଭ କରିଛି। ବିଜେପି ଆଜି ଏହି ଅଭିଯୋଗ ଆଣି ପ୍ରମାଣ ସ୍ଵରୂପ ଫଟୋ ଓ ଭିଡିଓ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଛି ।

ମଙ୍ଗଳବାର ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ଏହି ଅବସରରେ ସେମାନେ ଅଭିଯୋଗ କରିଛନ୍ତି ପିପିଲି ସ୍ୱାସ୍ଥ୍ୟକେନ୍ଦ୍ରର ସରକାରୀ ମେଡିକାଲ ଅଫିସର ଇନଚାର୍ଜ ସୋସିଆଲ ମିଡିଆରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଆରମ୍ଭ କରିଛନ୍ତି। ଯାହାକି ନିର୍ବାଚନ କମିଶନଙ୍କ ଗାଇଡଲାଇନ ଓ ଲୋକ ପ୍ରତିନିଧିତ୍ୱଆଇନ ଉଲଂଘନ। ତେଣୁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାଛଡା ଉପନିର୍ବାଚନରେ ସରକାରୀ ଅଧିକାରୀମାନଙ୍କୁ ପ୍ରଚାରରୁ ନିବୃତ୍ତ ରଖିବାକୁ ସେମାନେ ଦାବି କରିଛନ୍ତି। ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଡ. ଯତୀନ ମହାନ୍ତି, ସୋନାଲୀ ସାହୁ ଓ ଲିଗାଲ୍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *

Back to top button