ସରକାରୀ ସ୍କୁଲ ବନ୍ଦ ହେବନି : ମନ୍ତ୍ରୀ

ଭୁବନେଶ୍ଵର : ରାଜ୍ୟରେ କୋଭିଡ୍ ପାଇଁ ସରକାରୀ ସ୍କୁଲ ବନ୍ଦ ହେବନାହିଁ। ନବମ ଓ ଏକାଦଶ ଶ୍ରେଣୀର କ୍ଲାସ ଚାଲିବ। ଏହା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ମନ୍ତ୍ରୀ ଶ୍ରୀ ଦାଶ କହିଲେ ରାଜ୍ୟର କିଛି ବେସରକାରୀ ଶିକ୍ଷାନୁଷ୍ଠାନରୁ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସରକାରୀ ଶିକ୍ଷାନୁଷ୍ଠାନରେ କିନ୍ତୁ ଏସଓପିକୁ ପାଳନ କରାଯାଇ କ୍ଲାସ ହେଉଛି। ସରକାରୀ ଶିକ୍ଷାନୁଷ୍ଠାନରୁ କୌଣସି ସଂକ୍ରମିତ ଚିହ୍ନଟ ହୋଇନଥିବାରୁ ସ୍କୁଲକୁ ବନ୍ଦ ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ। ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ସହିତ ଚାପମୁକ୍ତ ହୋଇ ପରୀକ୍ଷା ଦିଅନ୍ତୁ ବୋଲି ଗଣଶିକ୍ଷାମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button