ସାରାଙ୍କ ସହ ମିଶି ଡ୍ରଗ୍ସ ନେବାରୁ ସୁଶାନ୍ତଙ୍କ ଘର ଛାଡ଼ିଲି: ରିୟା

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଓ ଡ୍ରଗ୍ସ ଲିଙ୍କକୁ ନେଇ ଖୋଳତାଡ ଜାରି ରହିଛି। ଡ୍ରଗ୍ସ ଲିଙ୍କ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। କିନ୍ତୁ ଏହା ପୂର୍ବରୁ ପଚରାଉଚରା ବେଳେ ରିୟା କାହିଁକି ଜୁନ୍ ୮ରେ ସୁଶାନ୍ତଙ୍କ ଘରୁ ବାହାରିଥିଲେ ସେ ସମ୍ପର୍କରେ ଦେଇଛି ସୂଚନା। ଜାତୀୟ ଗଣମାଧ୍ୟମ ଆଜ୍ ତକ୍ ଏନସିବି ଓ ରିୟାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ସ୍ୱତନ୍ତ୍ର ଟ୍ରାନ୍ସକ୍ରିପସନ୍ ଗ୍ରହଣ କରିଥିବା ଦାବି କରି ଖବର ପ୍ରକାଶ କରିଛି। ଯେଉଁଥିରେ ରହିଛି ରିୟା ସୁଶାନ୍ତଙ୍କଠାରୁ ଅଲଗା ହେବାର କାରଣ।

ଏନସିବିକୁ ରିୟା କହିଛନ୍ତି ସୁଶାନ୍ତ ନିଶାଗ୍ରସ୍ତ ହୋଇସାରିଥିଲେ। ଏଥିରୁ ସେ ବାହାରି ପାରିବେ ନାହିଁ ବୋଲି ମୁଁ ଜାଣି ସାରିଥିଲି। ଲକଡାଉନ୍ ଓ ସୁଶାନ୍ତ ଉପରେ ଲାଗିଥିବା #ମି ଠୁ ଅଭିଯୋଗକୁ ଧ୍ୟାନରେ ରଖି ମୋ କ୍ୟାରିଅର୍ ନଷ୍ଟ ହୋଇଯିବ ବୋଲି ଭାବି ମୁଁ ସୁଶାନ୍ତଙ୍କ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲି। ସୁଶାନ୍ତ ୧୦-୨୦ କ୍ୟୁରେଟେଡ୍ ଗଞ୍ଜେଇ ନେଉଥିଲେ। #ମି ଠୁ ଅଭିଯୋଗ ହେତୁ ସୁଶାନ୍ତ ଅଧିକରୁ ଅଧିକ ନିଶା ସେବନ କରିଥିଲେ। ଲକଡାଉନ ସମୟରେ ନିଶାଗ୍ରସ୍ତ ହୋଇଯାଇଥିଲେ।

ରିୟା କହିଛନ୍ତି ସେ କେଦାରନାଥ ଚଳଚ୍ଚିତ୍ରର ସୁଟିଂ ସମୟରେ ହିମାଳୟରେ ରହିଥିଲେ। ମାଗଣା ଉପଲବ୍ଧତା ହେତୁ ସେ ସେଠାରେ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ପୁରା ସେଟ୍ ଡ୍ରଗ୍ସ ନେଉଥିଲା। ସାରା ମଧ୍ୟ ସୁଶାନ୍ତଙ୍କ ସହ ଡ୍ରଗ୍ସ ନେଉଥିଲେ। ସାରାଙ୍କ ସହ ମିଶି ସୁଶାନ୍ତ ଅଧିକରୁ ଅଧିକ ଡ୍ରଗ୍ସ ନେବା ଆରମ୍ଭ କରିଥିଲେ। ସେଠାରୁ ଫେରିବା ପରେ ସେ ଡ୍ରଗ୍ସକୁ ଛାଡ଼ି ପାରିନଥିଲେ।

ମତାମତ ଦିଅନ୍ତୁ ।