ସରପଞ୍ଚଙ୍କୁ ଭୁଜାଲିରେ ଆକ୍ରମଣ

କେନ୍ଦୁଝର : ଆନନ୍ଦପୁର ବ୍ଲକ୍ କଣ୍ଟିପାଳ ପଞ୍ଚାୟତର ସରପଞ୍ଚ ମଳୟ କୁମାର ନାୟକଙ୍କୁ ଜଣେ ଯୁବକ ଭୁଜାଲିରେ ଆକ୍ରମଣ କରିଛି। ଏହି ଆକ୍ରମଣରେ ଡାହାଣ ହାତରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କୁ ଆନନ୍ଦପୁର ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ପଞ୍ଚାୟତର ପୋଖରୀ ନିଲାମକୁ ନେଇ ଆକ୍ରମଣ ହୋଇଥିବା ସରପଞ୍ଚ ମଳୟ ନାୟକ କହିଛନ୍ତି। ଆକ୍ରମଣ ସମୟରେ ଉପସ୍ଥିତ ସରପଞ୍ଚଙ୍କର ଜଣେ ସମର୍ଥକ ମୋବାଇଲ୍‌ରେ ଭିଡିଓ ସୁଟ କରୁଥିବାରୁ ଆକ୍ରମଣକାରୀ ତାକୁ ଭାଙ୍ଗି ଦେଇଛି। ଏହି ଘଟଣା ସମ୍ପର୍କରେ ଆନନ୍ଦପୁର ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button