୭ ଦିନରେ ଏକାମ୍ର ହାଟ ଖାଲି କରିବାକୁ ନୋଟିସ୍‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱର ସହରରେ ଥିବା ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ଇଡ୍‌କୋ ନୋଟିସ୍‌ ଦେଇଛି। ଏଥିପାଇଁ ସାତ ଦିନ ସମୟ ଦିଆଯାଇଥିବା ବେଳେ ସେପ୍ଟେମ୍ବର ୧ରୁ ବିଜୁଳି ଓ ପାଣି ବନ୍ଦ କରି ଦିଆଯାଇଛି।

ଏକାମ୍ର ହାଟରେ ୬୨ଟି ଷ୍ଟଲ ରହିଛି। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟବସାୟୀ ଓ କାରିଗର ନିଜ ବ୍ୟବସାୟ କରୁଛନ୍ତି। କରୋନା ପାଇଁ ପ୍ରାୟ ୬ ମାସ ହେଲାଣି ବେପାର ବନ୍ଦ। ଏବେ ଲକ୍‌ଡାଉନ୍‌ ହଟିବାରୁ ସବୁକିଛି ସ୍ୱାଭାବିକ ହେବାକୁ ଯାଉଛି। ଏହି ସମୟରେ ହାଟ ଖାଲି କରିବାକୁ ନିର୍ଦ୍ଦେଶ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି। ସେମାନଙ୍କୁ ଅନ୍ୟ ଜାଗାରେ ଥଇଥାନ କରିବା ପରେ ହାଟର ନବୀକରଣ କରିବାକୁ ଏକାମ୍ର ହାଟ ବ୍ୟବସାୟୀ ସଂଘ ଦାବି କରିଛି।

ମତାମତ ଦିଅନ୍ତୁ ।