ଶତାବ୍ଦୀ ଏକ୍ସପ୍ରେସରେ ନିଆଁ

0

ଡେରାଡୁନ : ଦିଲ୍ଲୀ-ଡେରାଡୁନ ଶତାବ୍ଦୀ ଏକ୍ସପ୍ରେସ ସି-୪ରେ ବଗିରେ ନିଆଁ ଲାଗିଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବା କୁହାଯାଉଥିବା ବେଳେ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି। ଏହି ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ଡିଜିପି।

ଖବର ଅନୁଯାୟୀ ଶନିବାର ଦିଲ୍ଲୀରୁ ଡେରାଡୁନ ଯାଉଥିବା ଶତାବ୍ଦୀ ଏକ୍ସପ୍ରେସ ସି-୪ ବଗିରେ ନିଆଁ ଲାଗିବାରୁ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। କିନ୍ତୁ ଟ୍ରେନର ଲୋକପାଇଲଟ ଓ ଗାର୍ଡ ଉଭୟ ଆଲୋଚନା କରି ଟ୍ରେନକୁ କାଁସରୋ ନିକଟରେ ଅଟକାଇ ଦେଇଥିଲେ। ଏହି ସୂଚନା ମିଳିବା ପରେ ରାଜାଜି ଟାଇଗର ରିଜର୍ଭ ରେଳ ବିଭାଗକକୁ ସୂଚନା ଦେଇଥିଲା। ପ୍ଲାଟଫର୍ମରେ ପହଞ୍ଚିବା ପୂର୍ବରୁ ଟ୍ରେନରେ ନିଆଁ ଲାଗିଥିବା ଜଣାପଡ଼ିଛି।

Leave A Reply

Your email address will not be published.