ସଟ୍‌ଡାଉନ୍‌ ସମୟରେ ଜୁଆଖେଳ : ୨୨ ଜୁଆଡି ଗିରଫ

ଜୟପୁର : କରୋନା କଟକଣା ସମୟରେ ଜୁଆଖେଳ। ସପ୍ତାହନ୍ତ ସଟ୍‌ଡାଉନ୍‌ ଏମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। କୋରାପୁଟ ଜିଲ୍ଲା ଜୟପୁର ଉପକଣ୍ଠ ପଦ୍ମପୁର ନିକଟରେ ଚାଲିଥିଲା ଏଇ ଜୁଆ ଆଡ୍ଡା। ପୋଲିସ ଅଚାନକ ଚଢ଼ଉ କରି ୨୨ଜଣଙ୍କୁ ଗିରଫ କରିଛି। ଏଥିସହ ୧୩ଟି ମୋବାଇଲ, ୧୨ଟି ମୋଟର ସାଇକେଲ ଓ ୭୦ ହଜାର ଟଙ୍କା ଜବତ କରାଯାଇଛି।

ଖବର ଅନୁଯାୟୀ ରବିବାର ସପ୍ତାହନ୍ତ ସଟ୍ ଡାଉନ୍ ସମୟରେ ୩୦ରୁ ୩୫ଜଣ ଜୁଆଡି ପଦ୍ମପୁର ଜଙ୍ଗଲ ନିକଟରେ କୋଭିଡ୍ ନିୟମ ଉଲଂଘନ କରି ଜୁଆ ଖେଳୁଥିଲେ। ସଦର ପୋଲିସ ୨୨ଜଣଙ୍କୁ ଗିରଫ କରିଥିଲେ ହେଁ ଅନ୍ୟମାନେ ଖସି ଯାଇଥିଲେ। ଜୁଆଡିମାନେ ପୋଲିସ ଆସିବା ସମ୍ପର୍କରେ ସୂଚନା ଦେବାକୁ ଜୁଆ ଆଡ୍ଡା ନିକଟରେ ଲୋକ ରଖିଥିଲେ। ତେବେ ଗିରଫ ଅଭିଯୁକ୍ତମାନଙ୍କ କରୋନା ଟେଷ୍ଟ ପରେ ଆଜି କୋର୍ଟ ଚାଲାଣ କରାଯାଇଥିବା ଜୟପୁର ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button