ସାତକୋଶିଆ ଅଭୟାରଣ୍ୟରୁ ୪ ଶିକାରୀ ଗିରଫ

ପାଇକସାହି : ଅନୁଗୁଳ ଜିଲ୍ଲାର ଆଠମଲିକ ବନଖଣ୍ଡ ଅନ୍ତର୍ଗତ ଧଣ୍ଡାତୋପା ରେଞ୍ଜ ଜଙ୍ଗଲରେ ସମ୍ବର ମାଂସ କାଟୁଥିବା ବେଳେ ୪ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି। ରବିବାର ରାତିରେ ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ଠାକୁରଗଡ଼ ଥାନା ରଇଡ଼ା ଗାଁର ନାରାୟଣ ଭୋଇ, ଦୈତାରୀ ଭୋଇ, ବିଦ୍ୟାଧର ଭୋଇ ଓ ବରହମ ଗାଁର ଭିକାରୀ ଭୋଇ। ସେମାନଙ୍କଠାରୁ କୋଡ଼ିଏ କେଜି ସମ୍ବର ମାଂସ, ଚମଡା, ଦୁଇଟି ଦେଶୀ ବନ୍ଧୁକ ଓ ଗୋଟିଏ ଟାଙ୍ଗିଆ ଜବତ କରାଯାଇଛି। ତେବେ ଆଉ ୪ ଅଭିଯୁକ୍ତ ଖସି ଯାଇଥିବା ଜଣାପଡ଼ିଛି।

ମତାମତ ଦିଅନ୍ତୁ ।