ସାତକୋଶିଆ ଘାଟିରେ ବସ୍ ଓଲଟିଲା

ଆନନ୍ଦପୁର : ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ବସ୍‌ ଦୁର୍ଘଟଣା। ବସଟି ଓଲଟି ପଡିବାରୁ ଯାତ୍ରୀମାନେ ଆହତ ହୋଇଥିବା ବେଳେ ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ହ୍ୟୁମାଲ୍‌ ନାମକ ଏକ ଯାତ୍ରୀବାହୀ ବସ୍‌ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ କରଞ୍ଜିଆରୁ ଭୁବନେଶ୍ୱର ଆସୁଥିଲା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର-କରଞ୍ଜଆ ରାସ୍ତାର ସାତକୋଶିଆ ଘାଟିରେ ବସ୍‌ଟି ହଠାତ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ହେଁ ଯାତ୍ରୀମାନେ ଏକ ବଡ଼ଧରଣର ବିପଦରୁ ବର୍ତ୍ତିଯାଇଛନ୍ତି। ତେବେ ଏହି ଦୁର୍ଘଟଣାରେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୬ଜଣ ଗୁରୁତର ଥିବା ସୂଚନା ମିଳିଛି। ଆହତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *

Back to top button