ଶତ୍ରୁଙ୍କୁ ଜେଲ ପଠାଇବା ପାଇଁ ନିଜ ଉପରକୁ ଗୁଳି ଚଳାଇଥିଲେ ବିଜେପି ସାଂସଦଙ୍କ ପୁଅ

ଲକ୍ଷ୍ନୌ : ଶତ୍ରୁଙ୍କୁ ଫସାଇ ଜେଲ ପଠାଇଥିବାକୁ ଯୋଜନା କରିଥିଲେ ବିଜେପି ସାଂସଦ କୌଶଳ କିଶୋରଙ୍କ ପୁଅ ଆୟୁଷ। ହେଲେ ପ୍ରକୃତ କଥା ଜଣାପଡିଛି। ସେ ନିଜ ଉପରକୁ ଗୁଳି ଚଳାଇଥିବା
ପୋଲିସ ନିକଟରେ ସ୍ଵୀକାର କରିଛନ୍ତି।
ଖବର ଅନୁଯାୟୀ ଆଜି ପାହାନ୍ତା ପୂର୍ବରୁ ବିଜେପି ସାଂସଦଙ୍କ ପୁତ୍ର ଆୟୁଷ ବାହାରକୁ ବୁଲିବାକୁ ଯାଇଥିବା ସମୟରେ କେତେକ ଅଜ୍ଞାତ ବ୍ୟକ୍ତି ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ପ୍ରଥମେ କିଏ ଗୁଳି ଚଳାଇଥିଲା ଜଣାପଡ଼ିନଥିଲା। ପୋଲିସ ଖୋଳତାଡ ପରେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଅନ୍ୟକୁ ଫସାଇବା ପାଇଁ ଆୟୁଷ ଶଳାକୁ କହି ନିଜ ଉପରକୁ ଗୁଳି ଚଳାଇଥିବା ଜଣାପଡ଼ିଛି।
ପୁଲିସ ଗୁଳି କରାଯାଇଥିବା ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ପରେ ଅଭିଯୁକ୍ତ ସତ ସ୍ଵୀକାର କରିଛି। ଲକ୍ଷ୍ନୌ ପୋଲିସ କମିସନର ଡି.କେ ଠାକୁର କହିଛନ୍ତି ରାତି ପ୍ରାୟ ୨.୧୦ ସମୟରେ ଏହି ଘଟଣା ଘଟିଥିଲା। ପ୍ରଥମେ କିଛି ଅଜଣା ଆକ୍ରମଣକାରୀ ସାଂସଦଙ୍କ ପୁଅ ଆୟୁଷଙ୍କ ଉପରକୁ ଗୁଳି ଚଳାଇଥିବାର ସନ୍ଦେହ କରାଯାଇଥିଲା। କିନ୍ତୁ ତଦନ୍ତ ପରେ ସ୍ପଷ୍ଟ ହୋଇଛି ସାଂସଦଙ୍କ ପୁଅ ଆୟୁଷ ନିଜ ଶଳାକୁ କହି ନିଜ ଉପରକୁ ଗୁଳି ଚଳାଇଥଲେ।
ଅଭିଯୁକ୍ତ ଶଳା ପୁଲିସ ଆଗରେ କହିଛି ସାଂସଦଙ୍କ ପୁଅ ଆୟୁଷଙ୍କର ଚନ୍ଦନ ଗୁପ୍ତା, ମନୀଷ ଜୈସୱାଲ ଓ ପ୍ରଦୀପ କୁମାର ସିଂଙ୍କ ସହିତ ଶତ୍ରୁତା ରହିଥିଲା। ସେମାନଙ୍କୁ ଫସାଇବା ପାଇଁ ସେ ଏଭଳି ଏକ ଷଡ଼ଯନ୍ତ୍ର କରଯାଇଥିଲା। ଆୟୁଷ ଚାହୁଁଥିଲେ ୩ଜଣ ଜେଲ ଯାଆନ୍ତୁ।