ସତ୍ୟମେବ ଜୟତେ-୨ : ଦେଖିବାକୁ ମିଳିବ ସଲମାନ୍-ଜନ୍ ଆବ୍ରାହମ୍ ଫାଇଟ୍

0

ମୁମ୍ବାଇ : ଆସନ୍ତା ମେ’ ୧୩ ତାରିଖରେ ରିଲିଜ୍ ହେବ ଫିଲ୍ମ ‘ସତ୍ୟମେବ ଜୟତେ-୨’। ଇଦ୍ ଅବସରରେ ହେବାକୁ ଥିବା ଏହି ଫିଲ୍ମରେ ସଲମାନ୍ ଖାନ୍ ଓ ଜନ୍ ଆବ୍ରାହମଙ୍କ ମଧ୍ୟରେ ଜୋରଦାର ଫାଇଟ୍ ଦେଖିବାକୁ ମିଳିବ।

ବୁଧବାର ଜନ୍ ଫିଲ୍ମର ନୂଆ ପୋଷ୍ଟର ସେଆର୍ କରିଛନ୍ତି। ଏଥିରୁ ଜଣାପଡିଛି ସତ୍ୟମେବ ଜୟତେ-୨ରେ ଜନ୍ ଡବଲ୍ ରୋଲରେ ଆସିବେ। ପୋଷ୍ଟର ସମ୍ପର୍କରେ ଟ୍ୱିଟ୍ କରି ଜନ୍ ସୂଚନା ଦେଇଛନ୍ତି ଚଳିତ ବର୍ଷ ଇଦରେ ସତ୍ୟା ଓ ଜୟ ମଧ୍ୟରେ ମୁକାବିଲା ହେବ। ଦୁହେଁ ଭାରତ ମା’ର ଦୁଇ ପୁଅ।’ ପୋଷ୍ଟରେ ଜନ୍‌ଙ୍କର ଗୋଟିଏ ଭୂମିକା ପୋଲିସ୍ ଅଫିସର ୟୁନିଫର୍ମରେ ଓ ଅନ୍ୟତିରେ ତାଙ୍କୁ ସାଧାରଣ ପୋଷାକରେ ଦେଖିବାକୁ ମିଳିଛି।

ସତ୍ୟମେବ ଜୟତେ-୨ର ନିର୍ଦ୍ଦେଶନା ଦେଉଛନ୍ତି ମିଲାପ ଜାଭେରୀ। ଏହାର ପ୍ରଥମ ଭାଗ ୨୦୧୮ରେ ରିଲିଜ୍ ହୋଇଥିଲା। ଭୂଷଣ କୁମାର, କ୍ରିଷ୍ଣା କୁମାରଙ୍କ ଟି-ସିରିଜ୍ ଓ ମୋନିଶା ଆଡଭାନୀ, ମଧୁ ଭୋଜବାନୀ ଓ ନିଖିଲ ଆଡଭାନୀଙ୍କର ଏମ୍ସ ଏଣ୍ଟରଟେନମେଣ୍ଟ ଦ୍ୱାରା ସତ୍ୟମେବ ଜୟତେ-୨ର ନିର୍ମାଣ କରାଯାଇଛି। ସଲମାନ୍ ଖାନ୍ କିଛିଦିନ ତଳେ ନିଜର ଆଗାମୀ ଫିଲ୍ମ ‘ରାଧେ’ର ପ୍ରଥମ ପୋଷ୍ଟର ସହ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଥିଲେ।

Leave A Reply

Your email address will not be published.