ସାଉଦି ପୁରୁଷ ୪ଟି ଦେଶର ଯୁବତୀଙ୍କୁ ବିବାହ କରିପାରିବେନି

ରିୟାଦ : ସାଉଦି ଆରବର କୌଣସି ପୁରୁଷ ପାକିସ୍ତାନ, ବାଂଲାଦେଶ, ଚାଦ ଓ ମିଆଁମାରର ଯୁବତୀଙ୍କୁ ବିବାହ କରିପାରିବେ ନାହିଁ। ଏ ନେଇ ନୂଆ ନିୟମ ହୋଇଥିବା ସାଉଦି ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପାକିସ୍ତାନୀ ଖବରକାଗଜ ଡନ୍‌ରେ ଏହା ପ୍ରକାଶ ପାଇଛି। ବେସରକାରୀ ରିପୋର୍ଟ ଅନୁଯାୟୀ ସାଉଦି ଆରବରେ ଏହି ୪ଟି ଦେଶର ପାଖାପାଖି ୫,୦୦,୦୦୦ ମହିଳା ବାସ କରୁଛନ୍ତି।

ମକ୍କା ଡିଜିପି ମେଜର ଜେନେରାଲ୍‌ ଅସଫ ଉଲ କ୍ୟୁରେଶୀ କହିଛନ୍ତି ସାଉଦି ପୁରୁଷାମାନଙ୍କୁ ବାହାର ଦେଶର ଯୁବତୀଙ୍କୁ ବିବାହ କରିବାକୁ ହେଲେ କଡ଼ା ନିୟମ ମାନିବାକୁ ପଡ଼ିବ। ଅର୍ଥାତ ଏଥିପାଇଁ ସରକାରଙ୍କ ଅନୁମତି ନେବାକୁ ହେବ। ତଲାକ ଦେଇଥିବା ପୁରୁଷଙ୍କୁ ଏହି ସୁବିଧା ତଲାକ ଦେବାର ୬ ମାସ ପରେ ମିଳିପାରିବ। ଆବେଦକଙ୍କ ବୟସ ୨୫ରୁ ଅଧିକ ହେବା ଆବଶ୍ୟକ। ଜିଲ୍ଲା ମୁଖ୍ୟଙ୍କ ଦସ୍ତଖତ ସହ ସେମାନେ ବିବାହ ପାଇଁ ଆବେଦନ କରିପାରିବେ।

ଅନ୍ୟପକ୍ଷରେ ବିବାହିତ ପୁରୁଷଙ୍କ ପାଇଁ ନୂଆ ନିୟମ ବିବାହ କିଛିଟା କଟକଣା ରହିଛି। ତାଙ୍କ ପତ୍ନୀ ବିକଳାଙ୍ଗ କିମ୍ବା କିଡନୀ ଖରାପ ବୋଲି ମେଡିକାଲ୍‌ ପ୍ରମାଣପତ୍ର ଦେବାକୁ ପଡିବ। ଏହାଛଡା ଯଦି ପତ୍ନୀଙ୍କର କୌଣସି ସନ୍ତାନସନ୍ତତି ହେଉନଥିବ ତେବେ ସ୍ଵାମିଙ୍କୁ ବିଦେଶୀ ଯୁବତୀ ବିବାହ କରିବାକୁ ଅନୁମତି ମିଳିପାରିବ ବୋଲି ରିପୋର୍ଟରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button