ସାଉଥ ସୁପରଷ୍ଟାରଙ୍କ ପାଇଁ ହଲ୍‌ରେ ଦଳାଚକଟା

ବିଶାଖାପଟନା : ସାଉଥ ସୁପରଷ୍ଟାର ପବନ କଲ୍ୟାଣଙ୍କ ପାଇଁ ବିଶାଖାପଟନମ୍‌ ସଙ୍ଗମ ଶରଥ ଥିଏଟର ଭିତରେ ଦଳାଚକଟା ହୋଇଛି।

ଖବର ଅନୁଯାୟୀ ସୋମବାର ପବନ କଲ୍ୟାଣଙ୍କ ଅପକମିଂ ଫିଲ୍ମ `ଓକିଲ ସାହବ’ର ଟ୍ରେଲର ରିଲିଜ ହୋଇଛି। ଦୀର୍ଘ ୨ ବର୍ଷ ପରେ ସେ ପୁଣି ବଡ ପରଦାକୁ ଫେରିଥିବାରୁ ଟ୍ରେଲର ରିଲିଜ ହେବା ଖବର ଶୁଣି ତାଙ୍କ ଫ୍ୟାନ୍ସମାନେ ସଙ୍ଗମ ଶରଥ ଥିଏଟରରେ ଭିଡ ଜମାଇଥିଲେ। କାର୍ଯ୍ୟକ୍ରମର କିଛି ଘଣ୍ଟା ପୂର୍ବରୁ ପ୍ରଶଂସକମାନଙ୍କ ଭିଡ ଜମିଥିଲା। କିଏ ପବନ କଲ୍ୟାଣଙ୍କ ଫଟୋକୁ ପୂଜା କରୁଥିଲା ତ ଆଉ କିଏ ନଡିଆ ବାଡେଇ ଥିଲେ। କେବଳ ସେତିକି ନୁହେବ ବାଜା ବଜାଇବା ସହିତ ବାଣ ଫୁଟାଇ ଉତ୍ସାହ ମନାଇ ଥିଲେ।

ଲୋକଙ୍କ ସଂଖ୍ୟା ବଢିବାରୁ ସୃଷ୍ଟି ହୋଇଥିଲା ହଙ୍ଗାମା। ହଲ ଭିତରେ ଲୋକେ ଜୋର ଜବରଦସ୍ତ ପ୍ରବେଶ କରିବା ବେଳେ ଦଳଚକଟା ହୋଇଥିଲା। ଏହି ଘଟଣାରେ ୩ରୁ ୪ ଜଣ ବ୍ୟକ୍ତି ଆହତ ହୋଇଥିଲେ। ଏହାସତ୍ତ୍ଵେ ଭିଡ କାମୀନଥିଲା। ଏସବୁ ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *

Back to top button