SBIର ଏହି ଖାତାଧାରୀଙ୍କ ପାଇଁ ସତର୍କ ସୂଚନା – ଟଙ୍କା ଉଠାଇଲେ ଲାଗିବ ଟ୍ୟାକ୍ସ, ଜାଣନ୍ତୁ ଟ୍ୟାକ୍ସରୁ ରକ୍ଷା ପାଇବାର ଉପାୟ

ନୂଆଦିଲ୍ଲୀ: ଯଦି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଏସ୍‌ବିଆଇରେ ରହିଛି ତ ଏହି ଏହି ଖବର ଆପଣଙ୍କ ପାଇଁ ନିଶ୍ଚୟ ଜାଣିବା ଜରୁରି ଅଟେ। ବ୍ୟାଙ୍କ ନିଜର ଖାତାଧାରୀଙ୍କ ପାଇଁ ସତର୍କ ସୂଚନା ଜାରି କରି ଟ୍ୱିଟରରେ କିଛି ପ୍ରମୁଖ ସୂଚନା ପ୍ରଦାନ କରିଛି। ଗ୍ରାହକଙ୍କୁ ଆଲର୍ଟ କରି ବ୍ୟାଙ୍କ କହିଛି ବର୍ତ୍ତମାନ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଲେ ଟ୍ୟାକ୍ସ ଦେବାକୁ ପଡ଼ିବ ।   ଏସବିଆଇ ଦ୍ୱାରା ସୂଚିତ ଏହି ନିର୍ଦ୍ଦେଶ  ମୁତାବିକ୍‌  ବ୍ୟାଙ୍କର ଏହି  ଆଲର୍ଟ  ଏହି ଖାତାଧାରୀଙ୍କ ପାଇଁ ଯିଏ ଗୋଟିଏ ବର୍ଷରେ  ନିଜର ଆକାଉଣ୍ଟରୁ ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଉଠାଇ ଥାନ୍ତି । 

ବ୍ୟାଙ୍କ କହିଛି ଯଦି ଖାତାଧାରୀ  ନିଜର ଆକାଉଣ୍ଟରୁ ଗୋଟିଏ ବର୍ଷରେ  ୨୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ବାହାର କରିଥାନ୍ତି, ତାଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡ଼ିପାରେ। ଯେଉଁ ଗ୍ରାହକମାନେ ଗତ  ୩ ବର୍ଷରୁ  ନିଜର କୌଣସି ଇନକମ୍‌  ଟ୍ୟାକ୍ସ ରିଟର୍ଣ୍ଣ  ଦାଖଲ  କରିନାହାନ୍ତି  ବ୍ୟାଙ୍କ କହିଛି, ଆୟକର ନିୟମ  ସେକ୍ସନ  ୧୯୪ଏନ୍‌  ଅନୁସାରେ  ଏମିତି ଗ୍ରାହକଙ୍କ ଟିଡିଏସ୍‌  କଟି ଯାଏ ଏବଂ ୨୦ ଲକ୍ଷରୁ ଅଧିକ  କ୍ୟାସ୍‌  ଉଠାଣରେ ତାଙ୍କୁ ଟ୍ୟାକ୍ସ ଭରିବାକୁ ପଡ଼ିଥାଏ ।  କେମିତି ଟ୍ୟାକ୍ସ‌ ଦେବାକୁ ରକ୍ଷା ପାଇବେ ଜାଣନ୍ତୁ – ଆୟକର ଅଧିନିୟମ ଅନୁସାରେ, ଯେଉଁ  ଲୋକ ୩ ବର୍ଷ ହେଲା ଇନକମ୍‌ ଟ୍ୟାକ୍ସ ରିଟର୍ଣ୍ଣ  ଦାଖଲ କରିନାହାନ୍ତି , ଯଦି ସେ  ନିଜର ଆକାଉଣ୍ଟରୁ ବ୍ୟାଙ୍କିଂ କମ୍ପାନୀ ବା କୋ-ଅପରେଟିଭ୍ ବ୍ୟାଙ୍କ ବା ପୋଷ୍ଟ ଅଫିସ୍‌ରୁ  ଟଙ୍କା ଉଠାଇଥାନ୍ତି ତ ତାଙ୍କୁ ଟିଡିଏସ୍‌ ଦେବାକୁ ହେବ । 

ଏଥିରୁ ରକ୍ଷା ପାଇବା ପାଇଁ ପ୍ରଥମେ  ଆପଣଙ୍କୁ ବ୍ୟାଙ୍କରେ ନିଜର ପ୍ୟାନ୍‌ କାର୍ଡର ଡିଟେଲ୍ସ ଜମା କରିବାକୁ ହେବ ।  ଯଦି ପ୍ୟାନ୍‌ କାର୍ଡ ଡିଟେଲ୍‌ ବ୍ୟାଙ୍କରେ ଜମା ଅଛି ତ ପୁଣି ଦେବା ଦରକାର ନାହିଁ । ଆପଣଙ୍କୁ କେବଳ ନିଜର ବ୍ୟାଙ୍କ ଇନକମ୍‌  ଟ୍ୟାକ୍ସ  ରିଟର୍ଣ୍ଣର ଡିଟେଲସ୍‌ ଦେବାକୁ ହେବ ।  ଟିଡିଏସ୍‌ର  ଡିଟେଲ୍‌ ବ୍ୟାଙ୍କ ସହ ସଂପର୍କ କରି ଆପଣ ଟ୍ୟାକ୍ସରୁ ରକ୍ଷା ପାଇପାରିବେ । ଯଦି ଆପଣଙ୍କ ପାଖରେ ପ୍ୟାନ୍‌ କାର୍ଡ ନାହିଁ ତ ଆପଣଙ୍କୁ ଅଧିକ ଟ୍ୟାକ୍ସ ଭରିବାକୁ ପଡ଼ିପାରେ ।

ମତାମତ ଦିଅନ୍ତୁ ।