ଏସସିବିରେ ପ୍ଲାଜମା ଥେରାପି : ଆଇଏଲଏସ୍ ନିର୍ଦ୍ଦେଶକ

ଭୁବନେଶ୍ଵର: ରାଜ୍ୟରେ କରୋନା ନମୁନା ପରୀକ୍ଷାକୁ ତ୍ଵରାନ୍ୱିତ କରିବାକୁ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଏଥିସହ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆସନ୍ତା ୧୦ରୁ ୧୨ ଦିନ ଭିତରେ ଆରମ୍ଭ ହେବ ପ୍ଲାଜମା ଥେରାପି । କଟକ ଏସସିବିରେ ପ୍ଲାଜମା ଥେରାପି ହେବା ନେଇ ନିଷ୍ପତ୍ତି ହୋଇଛି। ୧୦ ଦିନ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। ସମ, କିମ୍ସ, ଏସସିିବି, ଅଶ୍ୱିନୀ ଭଳି ବଡ଼ ହସ୍ପିଟାଲରେ ଏହା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ ନିର୍ଦ୍ଦେଶକ ଡ.ଅଜୟ ପରିଡା।

ଏଥିସହ ଆସନ୍ତା ସପ୍ତାହରୁ କରୋନା ନମୁନା ଟେଷ୍ଟ ବୃଦ୍ଧି କରାଯିବ। ଦିନକୁ ୧୦,୦୦୦ ଟେଷ୍ଟ କରାଯିବାର ଲକ୍ଷ୍ୟ ରହିଛି। ବର୍ତ୍ତମାନ ୩୦ ହଜାର ପରୀକ୍ଷଣ କିଟ ମହଜୁଦ ଅଛି । ଆଉ ଲକ୍ଷେ କିଟ ଅର୍ଡର କରାଯାଇଛି । ଏହି କିଟ ପହଞ୍ଚିବା ପରେ ପ୍ରତି ଜିଲ୍ଲାକୁ ଟେଷ୍ଟ ପାଇଁ ପଠାଯିବ। ଅଧିକ ପଜିଟିଭ ବାହାରୁଥିବା ଜିଲ୍ଲାରେ ଅଧିକ ପରୀକ୍ଷା କରାଯିବ ବୋଲି ଆଇଏଲଏସ ନିର୍ଦ୍ଦେଶକ କହିଛନ୍ତି ।

ମତାମତ ଦିଅନ୍ତୁ ।