ସେବା ଫାଉଣ୍ଡେସନ ପକ୍ଷରୁ ମଞ୍ଚେଶ୍ୱର ଥାନାର ତିନି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର : ସେବା ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ମଞ୍ଚେଶ୍ୱର ଥାନା ଅଧିକାରୀ ଜତୀନ୍ଦ୍ର ନାଥ ସେଠୀଙ୍କ ସମେତ ସନ୍ତୋଷ କୁମାର ଶତପଥୀ ଓ ଷ୍ଟାଲିନ ବିଶ୍ୱାଳଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଛି। ସେବା ଫାଉଣ୍ଡେସନର ଉପଦେଷ୍ଟା ଅଶୀଳ କୁମାର ବ୍ରହ୍ମ ମାନପତ୍ର ଓ ଉତ୍ତରୀୟ ଦେଇ ତିନି ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସେବା ଫାଉଣ୍ଡେସନର ଉପ ସଭାପତି ସୁଶୀଲକାନ୍ତ ପ୍ରଧାନ ଓ ସମ୍ପାଦକ ସାର୍ଥକ କୁମାର ପରିଡା ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।