ସେକ୍ସ ରାକେଟ: ମହିଳାଙ୍କୁ ୨୪ ବର୍ଷ ଦଣ୍ଡ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟରେ ସେକ୍ସ ରାକେଟ ଚଳାଉଥିବା ଗୀତା ଆରୋରା ଓରଫ ସୋନୁ ପଞ୍ଜାବନଙ୍କୁ ଦିଲ୍ଲୀର ଦ୍ୱାରକା କୋର୍ଟ ୨୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୋନୁର ସହକର୍ମୀ ସନ୍ଦୀପଙ୍କୁ ହୋଇଛି ୨୦ ବର୍ଷ କାରାଦଣ୍ଡ। ନାବାଳିକାକୁ ବଳପୂର୍ବକ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିବା ସୋନୁ ଓ ନାବାଳିକାଙ୍କୁ ବଳାତ୍କାର କରିବା ସହ ବଳପୂର୍ବକ ଦେହ ବ୍ୟବସାୟରେ ଲଗାଉଥିବା ସନ୍ଦୀପଙ୍କୁ ଏହି ଦଣ୍ଡ ମିଳିଛି।

ସୂଚନା ଅନୁଯାୟୀ ୨୦୧୪ରେ ଦିଲ୍ଲୀର ନଜଫଗଡ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଥିଲା ସୋନୁ ପଞ୍ଜାବନ ଓ ତାଙ୍କ ୬ ସହଯୋଗୀ ନାବାଳିକାକୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରିଛନ୍ତି। ଏହି ଆଧାରରେ ପୋଲିସ ସେମାନଙ୍କ ବିରୋଧରେ ଏକ ଏଫ୍ଆଇଆର୍ ପଞ୍ଜିକୃତ କରିଥିଲା।

ମତାମତ ଦିଅନ୍ତୁ ।