ସେକ୍ସ ରାକେଟ ଚଳାଇବାକୁ ଅରାଜି ହେବାରୁ ପତ୍ନୀକୁ ନିର୍ଯାତନା

0

ଭୁବନେଶ୍ଵର : ରାଜଧାନୀରେ ଭୁବନେଶ୍ୱରରେ ଏକ ଅମାନବୀୟ ଓ ଲଜ୍ଜାଜଣକ ଘଟଣା ସାମ୍ନାକୁ ଆସିଛି। ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତି ପତ୍ନୀଙ୍କୁ ସେକ୍ସ ରାକେଟ ଚଳାଇବାକୁ ବାଧ୍ୟ କରିଥିଲେ। ଏଥିରେ ଅରାଜି ହେବାରୁ ନିର୍ଯାତନ ଦେଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ କନ୍ଧମାଳ ଜିଲ୍ଲାର ତୁମୁଦିବନ୍ଧାର ମହିଳା ୭ବର୍ଷ ପୂର୍ବେ କେନ୍ଦୁଝର ଜିଲ୍ଲାର ଚନ୍ଦନ ଆଚାର୍ଯ୍ୟଙ୍କୁ ବିବାହ ପ୍ରେମ କରିଥିଲେ। ଉଭୟ ଭୁବନେଶ୍ୱରରେ ରହୁଥିଲେ। କିନ୍ତୁ ନିୟମିତ ମଦ୍ୟପାନ କରୁଥିଲେ ଚନ୍ଦନ। ବିବାହର ଦୁଇବର୍ଷ ପରେ ପତ୍ନୀଙ୍କୁ ତାଙ୍କ ଘରେ ସେକ୍ସ ରାକେଟ ଆରମ୍ଭ କରିବାକୁ କହିଥିଲେ। ଏହାକୁ ପତ୍ନୀ ବିରୋଧ କରିବାରୁ ଅକଥନୀୟ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ଅଭିଯୋଗ ହୋଇଛି ଗତ ଦୁଇଦିନ ତଳେ ପୂର୍ବଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସ୍ଵାମୀଙ୍କ ପ୍ରସ୍ତାବକୁ ବିରୋଧ କରିବାରୁ ଚନ୍ଦନ ସବୁ ସୀମା ଟପିଯାଇଥିଲା। ପତ୍ନୀକୁ ଲୁହା ରଡରେ ପିଟିବା ସହିତ ଗୁପ୍ତାଙ୍ଗରେ ମଦ ବୋତଲ ଭର୍ତ୍ତି କରିବାକୁ ପ୍ରୟାସ କରିବାରୁ ମହିଳା ଜଣକ ଅଚେତ ହୋଇଯାଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମହିଳା ଓ ତାଙ୍କ ପାଞ୍ଚ ବର୍ଷର ଝିଅକୁ ଉଦ୍ଧାର କରି ଅଭିଯୁକ୍ତକୁ ଗିରଫ କରିଛି। ପୀଡିତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.