ସେକ୍ସ ରାକେଟ୍ ଠାବ : ୩ ଗିରଫ

କଟକ : ମଙ୍ଗଳାବାଗ ଥାନା ପୋଲିସ ରାଣୀହାଟ ଅଞ୍ଚଳରେ ସେକ୍ସ ରାକେଟ୍ ଠାବ କରିଛି। ଏହି ଘଟଣାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣ ଯୁବକଙ୍କୁ ଗିରଫ କରାଯାଇଛି।
ଖବର ଅନୁଯାୟୀ ରାଣୀହାଟ ଟ୍ରାଫିକ୍ ଛକ ନିକଟରେ ଦେହ ବ୍ୟବସାୟ ଚାଲୁଥିବା ନେଇ ପୋଲିସ ପାଖରେ ସୂଚନା ଥିଲା। ଆଜି ଏ ସମ୍ପର୍କରେ ଖବର ପାଇ ମଙ୍ଗଳାବାଗ ପୋଲିସ ଚଢ଼ଉ କରିଥିଲା। ଏହି ସମୟରେ ଗର୍ଭ ନିରୋଧକ ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ ହୋଇଥିବା ଘର ମାଲିକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।