ସେକ୍ସ ସିଡି ଆସିବା ପରେ ଇସ୍ତଫା ଦେଲେ କର୍ଣ୍ଣାଟକ ମନ୍ତ୍ରୀ ରମେଶ ଜାର୍କିହୋଲି

ବେଙ୍ଗାଲୁରୁ : ସେକ୍ସ ସିଡି ବିବାଦରେ ଛନ୍ଦି ହୋଇଥିବା କର୍ଣ୍ଣାଟକର ମନ୍ତ୍ରୀ ରମେଶ ଜାର୍କିହୋଲି ଆଜି ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାକୁ ପଠାଇଥିବା ବେଳେ ଲେଖିଛନ୍ତି ମୋ ବିରୋଧରେ ଆସିଥିବା ଅଭିଯୋଗ ସତ୍ୟଠାରୁ ବହୁ ଦୂରରେ। ଏକ ସ୍ପଷ୍ଟ ଅନୁସନ୍ଧାନ ଆବଶ୍ୟକ। ମୁଁ ନିର୍ଦ୍ଦୋଷ ପ୍ରମାଣିତ ହେବି ବୋଲି ମୋର ଦୃଢ଼ ବିଶ୍ଵାସ ରହିଛି। ମୁଁ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଉଛି। ଏହାକୁ ଗ୍ରହଣ କରିବାକୁ ଅନୁରୋଧ।

ଖବର ଅନୁଯାୟୀ ମଙ୍ଗଳବାର ମନ୍ତ୍ରୀ ରମେଶଙ୍କର ଏକ ସିଡି ସାମ୍ନାକୁ ଆସିଥିଲା। ଏଥିରେ ତାଙ୍କୁ ଜଣେ ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ସାମାଜିକ କାର୍ଯ୍ୟକର୍ତ୍ତା ଦୀନେଶ କାଲାହଲ୍ଲୀ ଏହି ସିଡି ଗଣମାଧ୍ୟମକୁ ଦେଇଥିଲେ। ଅଭିଯୋଗ କରିଥିଲେ ଭିଡିଓ କ୍ଲିପ୍‌ରେ ଥିବା ମହିଳାଙ୍କୁ କର୍ଣ୍ଣାଟକ ପାୱାର ଟ୍ରାନ୍ସମିସନ କର୍ପୋରେସନ୍ ଲିମିଟେଡରେ ସରକାରୀ ଚାକିରି କରାଇଦେବା ପ୍ରତିଶ୍ରୁତି ଶାରୀରିକ ସଂପର୍କ ରଖିବାକୁ ମନ୍ତ୍ରୀ ବାଧ୍ୟ କରିଥିଲେ। ଗତ ସପ୍ତାହରେ ମହିଳାଙ୍କ ପରିବାର ନ୍ୟାୟ ପାଇବା ପାଇଁ ମୋ ପାଖକୁ ଆସିଥିଲେ ବୋଲି କାର୍ଯ୍ୟକର୍ତ୍ତା କହିଥିଲେ।

ଅନ୍ୟପକ୍ଷରେ ଉପମୁଖ୍ୟମନ୍ତ୍ରୀ ସି ଏନ୍ ଅଶ୍ୱତ ନାରାୟଣ କହିଛନ୍ତି ତଥ୍ୟ ନ ଜାଣି ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେବା ଠିକ୍ ନୁହେଁ। ହୁଏତ ତାଙ୍କୁ ନିନ୍ଦିତ କରିବା ପାଇଁ ଷଡଯନ୍ତ୍ର ହୋଇ ଥାଇପାରେ। ଅଭିଯୋଗର କୌଣସି ସ୍ପଷ୍ଟତା ନାହିଁ। ତେବେ ତଦନ୍ତ ଚାଲିଛି, ସତ୍ୟକୁ ବାହାରକୁ ଆସିବାକୁ ଦିଅନ୍ତୁ। ସତ୍ୟ ନ ଜାଣି କୌଣସି ମନ୍ତବ୍ୟ ଦେବା ଠିକ୍ ନୁହେଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button