ସେପ୍ଟେମ୍ବର ୩୦ରୁ ବିଶ୍ଵବିଦ୍ୟାଳୟସ୍ତରୀୟ ଏକକ ପ୍ରବେଶିକା ପରୀକ୍ଷା କମନ୍ ପିଜି ଏଣ୍ଟ୍ରାନ୍ସ

ଭୁବନେଶ୍ୱର : ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜର ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମରେ ନାମଲେଖା ପାଇଁ ଏଣିକି ଏକକ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୦ରେ ଭାଗ ନେବାକୁ ଚାହୁଁଥିବା ଛାତ୍ରଛାତ୍ରୀ ଅଗଷ୍ଟ ୧୨ରୁ ୩୧ ତାରିଖ ଭିତରେ ଅନଲାଇନରେ ଆବେଦନ କରି ପାରିବେ ବୋଲି କୁହାଯାଇଛି।

ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ମଧ୍ୟରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ହେବ ଏହି ପରୀକ୍ଷା । ଅଗଷ୍ଟ ୧୨ରୁ କମନ ଆପ୍ଳିକେସନ୍‌ ଫର୍ମ ଷ୍ଟୁଡେଣ୍ଟ ଏକାଡେମିକ୍ ମ୍ୟାନେଜମେଣ୍ଟ ସିଷ୍ଟମର ୱେସାଇଟ୍ www.samsodisha.gov.inରେ ଉପଲବ୍ଧ ହେବ। ଏଥିପାଇଁ ଆବେଦନ ଶେଷ ତାରିଖ ଅଗଷ୍ଟ ୩୧ ରହିଛି। ସେହିପରି ସେପ୍ଟେମ୍ବର ୨୦ରେ ପରୀକ୍ଷା ଲାଗି ହଲ ଟିକେଟ ଉପଲବ୍ଧ ହେବ।

  ବାଣୀବିହାର କ୍ୟାମ୍ପସରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ଅକ୍ଟୋବର ୨୫ରେ କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ-୨୦୨୦ର ମେରିଟ ଲିଷ୍ଟ ପ୍ରକାଶ ପାଇବ। ଡିସେମ୍ବର ପହିଲାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଆରମ୍ଭ ହୋଇଯିବ ବୋଲି ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମତାମତ ଦିଅନ୍ତୁ ।