ସୁଟିଂ ପାଇଁ ମୌନିଙ୍କ ଭୟ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ମୌନି ରୟ ଏବେ ଫିଲ୍ମ ସୁଟିଂ ପାଇଁ ଲଣ୍ଡନରେ ଅଛନ୍ତି । ସେଠାରୁ ନିଜ ଇନ୍ଷ୍ଟା ଏକାଉଣ୍ଟରେ କିଛି ଫଟୋ ପୋଷ୍ଟ କରିଛନ୍ତି । ସେଥିରେ ତାଙ୍କୁ ରେସ୍ତୋରାଁରେ ଖାଦ୍ୟ ଅର୍ଡର କରୁଥିବା ଦେଖିବାକୁ ମିଳୁଛି। ମୌନିଙ୍କୁ ଆଗକୁ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବ । ସେଥିରେ ତାଙ୍କ ସହ ଅମିତାଭ ବଚ୍ଚନ, ରଣବୀର କପୁର, ଆଲିୟା ଭଟ୍ଟ ସ୍କ୍ରିନ୍ ସେୟାର କରିବେ । ଏକ ଖବରକାଗଜ ସହ ଆଲୋଚନା ସମୟରେ କରୋନା ଭୟ ମଧ୍ୟରେ ସୁଟିଂକୁ ନେଇ ନିଜ ଅନୁଭବକୁ ମୌନି ବର୍ଣ୍ଣନା କରିଛନ୍ତି ।
ସେ କହିଛନ୍ତି ବହୁତ ଭୟଭୀତ ଏବଂ ନର୍ଭସ ଅଛି । କାରଣ ସେଟ୍ ଉପରେ କେବଳ ଅଭିନେତା/ଅଭିନେତ୍ରୀମାନେ ହିଁ ମାସ୍କ, ଗ୍ଲୋଭ୍ସ ପିନ୍ଧିପାରିବେ ନାହିଁ । ମୁଁ କିନ୍ତୁ ସେଟ୍କୁ ଫେରିବାକୁ ଚାହୁଁଥିଲି, ତେଣୁ କାମ କରିବାକୁ ସିଦ୍ଧାନ୍ତ ନେଇଛି । ଆମକୁ ଏଭଳି ପରିସ୍ଥିତି ସହ ରହିବା ଶିଖିବାକୁ ପଡ଼ିବ । ଦେଖାଯାଉ ଆଗକୁ କ’ଣ ହେଉଛି । ସୁଟିଂ ସେଟ୍ରେ ପୂରା ସୁରକ୍ଷା ଏବଂ ସାମାଜିକ ଦୂରତ୍ୱ ପାଳନ ଉପରେ ଧ୍ୟାନ ଦିଆଯିବ ବୋଲି ମୋତେ ପ୍ରତିଶ୍ରୁତି ଦିଆଯାଇଛି । ତେଣୁ ସବୁକିଛି ଠିକ୍ ଠାକ୍ ହେବ ବୋଲି ଆଶା କରୁଛି ।