ସିଆରପିଏଫ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ

0

ଶ୍ରୀନଗର : ଜମ୍ମୁ କଶ୍ମୀର ଶ୍ରୀନଗର ଜିଲ୍ଲାର ଲଓ୍ୱେପୋରାରେ ସିଆରପିଏଫ ଟିମ୍ ଗାଡ଼ି ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ଯବାନ ଶହୀଦ ହୋଇଥିବା ବେଳେ ତିନିଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଆକ୍ରମଣ ପଛରେ ଲଶ୍କର-ଏ-ତୋଇବାର ସମ୍ପୃକ୍ତି ଥିବା କହିଛନ୍ତି ପୋଲିସ ଆଇଜି ବିଜୟ କୁମାର।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ଚାରିଜଣ ଯବାନ ଗାଡ଼ିରେ ଥିଲେ। ସମସ୍ତଙ୍କ ଶରୀରରେ ଗୁଳି ବାଜିଛି। ଏହାପରେ ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଜଣଙ୍କର ଜୀବନ ଯାଇଥିବା ବେଳେ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଲଓ୍ୱେପୋରା ଅଞ୍ଚଳକୁ ସୁରକ୍ଷା ବଳ ଟିମ୍ ସହିତ ପୋଲିସ ଟିମ୍ ଘେରାଉ କରି ସର୍ଚ୍ଚ ଅପେରସନ ଚଳାଇଥିବା ଜଣାପଡ଼ିଛି।

Leave A Reply

Your email address will not be published.