ଶିବରାଜଙ୍କ ମନ୍ତ୍ରିମଣ୍ଡଳରୁ ସିଲାୱଟଙ୍କ ଇସ୍ତଫା

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରିମଣ୍ଡଳର ଜଳ ଉତ୍ସ ମନ୍ତ୍ରୀ ତୁଳସୀରାମ ସିଲାୱଟ ଓ ରାଜସ୍ଵ ଓ ପରିବହନ ମନ୍ତ୍ରୀ ଗୋବିନ୍ଦ ସିଂହ ରାଜପୁତ ଇସ୍ତଫା ଦେଇଛନ୍ତି। ସିଲାୱଟ ଅକ୍ଟୋବର ୨୦ ତାରିଖରେ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଶିବରାଦ ସିଂ ଚୌହାନଙ୍କୁ ନିକଟକୁ ପଠାଇ ଥିବା ବେଳେ ସ୍ଵଇଚ୍ଛାରେ ମନ୍ତ୍ରୀପଦ ଛାଢିଥିବା ଉଲ୍ଲେଖ କରିଛନ୍ତି।

ସିଲାୱଟ ବିଧାୟକ ନଥାଇ ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ହୋଇଥିଲେ। ନିୟମ ଅନୁସାରେ ବିଧାୟକ ନହୋଇଥିଲେ ୬ମାସ ମନ୍ତ୍ରୀ ହୋଇପାରିବେ। ମଧ୍ୟପ୍ରଦେଶରେ ୨୮ ଆସନରେ ହେବାକୁ ଥିବା ଉପନିର୍ବାଚନରେ ବିଜେପି ସିଲାୱଟଙ୍କୁ ଇନ୍ଦୋର ଜିଲ୍ଲା ସାମ୍ବେର ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ତାଙ୍କ ବିପକ୍ଷରେ କଂଗ୍ରେସ ଦଳରୁ ପ୍ରେମଚାନ୍ଦ ଗୁଡ୍ଡୁ ନିର୍ବାଚନ ଲଢୁଛନ୍ତି। ନଭେମ୍ବର ୩ ତାରିଖରେ ଉପନିର୍ବାଚନ ହେବ। ସେହିଭଳି ଗୋବିନ୍ଦ ସିଂହ ରାଜପୁତଙ୍କୁ ସୁରଖି ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।

ସୂଚନଯୋଗ୍ୟ ସାମ୍ବେର ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ତୁଳସୀ ସିଲାୱଟ ୨୦୧୮ରେ ବିଧାନସଭା ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହାପରେ ତତ୍କାଳୀନ କମଳନାଥ ସରକାରରେ ସେ ହୋଇଥିଲେ ମନ୍ତ୍ରୀ। ମାର୍ଚ୍ଚ ମାସରେ ସିଲାୱଟ ବିଧାୟକ ପଦରୁ ଇସ୍ତଫା ଦେଇ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପଦଅନୁସରଣ କରି ବିଜେପିରେ ଯୋଗଦେଇଥିଲେ।

ମତାମତ ଦିଅନ୍ତୁ ।