Breaking Newsଦେଶ-ବିଦେଶ

ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ପ୍ରଦୀପ ସିଂହ ଆଇଏଏସ୍‌ ଟପ୍ପର, ଅଷ୍ଟମ ଓ ଦଶମ ସ୍ଥାନରେ ୨ ଓଡ଼ିଆ

ନୂଆଦିଲ୍ଲୀ : ୨୦୧୯ ବର୍ଷର ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ ପ୍ରକାଶ ପାଇଛି। ଆଇଏଏସ୍‌, ଆପିଏସ୍‌, ଆଇଆର୍‌ଏସ୍‌ ଓ ଆଇଏଫ୍‌ସ ଆଦି ବର୍ଗର ମୋଟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ପ୍ରଦୀପ ସିଂହ ଆଇଏଏସ୍‌ ଟପ୍ପର ହୋଇଥିବା ବେଳେ ଜତିନ କିଶୋର ଦ୍ଵିତୀୟ ଓ ପ୍ରତିଭା ଶର୍ମା ତୃତୀୟ ସ୍ଥାନରେ ରହିଛନ୍ତି। ଓଡ଼ିଶାର ଦୁଇଜଣଙ୍କୁ ମିଳିଛି ସଫଳତା। ଅଭିଷେକ ସରାଫ ଅଷ୍ଟମ ଓ ସଂଜିତା ମହାପାତ୍ର ଦଶମ ସ୍ଥାନରେ ରହିଛନ୍ତି।

ସେହିପରି ୨୨୫ତମ ସ୍ଥାନରେ ହେମା ନାୟକ ଥିବା ବେଳେ ୨୨୯ତମ ସ୍ଥାନରେ ଆରୁଷି ମିଶ୍ର, ୨୯୧ ସ୍ଥାନରେ ଆଶିଷ ଦାସ, ୨୯୪ ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର ରହିଛନ୍ତି। ଏହାଛଡା ୩୦୦ତମ ସ୍ଥାନ ସୋନାଲି ମିଶ୍ର ଅଧିକାର କରିଥିବା ବେଳେ ୩୧୨ତମ ସ୍ଥାନ ଦିବ୍ୟା ମିଶ୍ର, ୩୬୧ ସ୍ଥାନରେ ଅର୍ଘ୍ୟ ପଟ୍ଟନାୟକ ଓ ୩୭୯ ସ୍ଥାନରେ ରହିଛନ୍ତି ଜୁବିନ ମହାପାତ୍ର। ୪୪୧ ସ୍ଥାନରେ ସମୀର କୁମାର ଜେନା, ୫୬୭ ତମ ସ୍ଥାନରେ ମାନସ ରଞ୍ଜନ ସାହୁ ଓ ୭୧୨ତମ ସ୍ଥାନରେ ରହିଛନ୍ତି ଶିବମ ମିଶ୍ର। ୭୧୫ତମ ସ୍ଥାନରେ ଓମ୍ ପ୍ରସାଦ ମହାନ୍ତି ଥିବା ବେଳେ ୮୧୯ସ୍ଥାନରେ ବିଭୂତି ଭୂଷଣ ନାୟକ ରହିଛନ୍ତି।

ମତାମତ ଦିଅନ୍ତୁ ।

Back to top button