ସିବିଏସଇ ଦ୍ଵାଦଶ ପରୀକ୍ଷା ବାତିଲ

ନୂଆଦିଲ୍ଲୀ : ଦେଶରେ କରୋନାର ୨ୟ ଲହର ଦୃଷ୍ଟିରୁ କେନ୍ଦ୍ର ସରକାର ସିବିଏସଇ ଦ୍ଵାଦଶ ପରୀକ୍ଷାକୁ ବାତିଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ସମୀକ୍ଷା ବୈଠକରେ ଏହି ଆଜି ଏହି ନିଷ୍ପତ୍ତି ହୋଇଛି।

ମଙ୍ଗଳବାର ସମୀକ୍ଷା ବୈଠକରେ ମୋଦୀ କହିଥିଲେ ଦେଶ ଛାତ୍ରଛାତ୍ରୀମାନଙ୍କ ସ୍ଵାସ୍ଥ୍ୟର ନିରାପତ୍ତାକୁ ସରକାର ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ଏହାକୁ ନେଇ କୌଣସି ସାଲିସ କରାଯ଼ିବ ନାହିଁ। ପିଲାମାନଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯ଼ାଇଛି। କରୋନା ମହାମାରୀ ପରି ଏକ ଚାପଯ଼ୁକ୍ତ ପରିବେଶରେ ପରୀକ୍ଷା ଦେବାକୁ ପିଲାମାନଙ୍କୁ ବାଧ୍ୟ କରାଯ଼ିବା ଉଚିତ ନୁହେଁ।

ସମୀକ୍ଷା ବୈଠକରେ ଗୃହ, ପ୍ରତିରକ୍ଷା, ଅର୍ଥ, ସୂଚନା ଓ ପ୍ରସାରଣ, ପେଟ୍ରୋଲିୟମ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯ଼ୋଗ ଦେଇଥିଲେ। ଏହାଛଡା କ୍ୟାବିନେଟ ସଚିବ, ସ୍କୁଲ ଶିକ୍ଷା ଓ ଉଚ୍ଚ ଶିକ୍ଷା ବିଭାଗର ସଚିବମାନେ ମଧ୍ୟ ଯ଼ୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button