ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷାର ମୂଲ୍ୟାୟନ ପଦ୍ଧତି ବଦଳିଲା

ନୂଆଦିଲ୍ଲୀ : କରୋନା ପାଇଁ ବାତିଲ ହୋଇଥିବା ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ମୂଲ୍ୟାୟନ ପଦ୍ଧତି ସାମାନ୍ୟ ବଦଳିଛି। ବୃଦ୍ଧି କରାଯାଇଛି ମାର୍କଶିଟ୍‌ ଦାଖଲ ଅବଧି।

ସିବିଏସ୍‌ଇ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେଉଁ ସବୁ ସ୍କୁଲର ପ୍ରାଟିକାଲ/ଇଣ୍ଟରନନାଲ ଆସେସମେଣ୍ଟ ପେଣ୍ଡିଂ ହୋଇ ରହିଛି। ସେମାନେ ଏବେ ଅନଲାଇନ ମୋଡରେ ଏହାର ତଦାରଖ କରି ୨୮.୬.୨୦୨୧ ସୁଦ୍ଧା ଦାଖଲ କରିବେ। ପୂର୍ବରୁ ତାରିଖ ୧୧.୦୬.୨୦୨୧ ଥିଲା। ସମସ୍ତ ବିଷୟର ତାଲିକା ଓ ବ୍ରେକ ଅପ ମାର୍କ (ଥିଓରୀ ଓ ପ୍ରାଟିକାଲ), ପରୀକ୍ଷା ସମୟ, ସିବିଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ନିଯୁକ୍ତ ହେବା ଦରକାର କି ନୁହେଁ ତା’ର ବିସ୍ତୃତ ତଥ୍ୟ ୱେବସାଇଟରେ ଅପଲୋଡ କରିବେ।

ସେହିପରି ଏକ୍ସଟରନାଲ ଶିକ୍ଷକ ଅନୁପସ୍ଥିତ ଥିଲେ ଇଣ୍ଟରନାଲ ଶିକ୍ଷକ ସିବିଏସ୍‌ଇ ଦେଇଥିବା ଲିଙ୍କରେ ମାର୍କ ଅପଲୋଡ କରିବେ। ଯଦି ସିବିଏସ୍‌ଇ ଦ୍ୱାରା ଏକ୍ସଟରନାଲ ଶିକ୍ଷକ ନିଯୁକ୍ତ ହୋଇଥିବେ ତେବେ ସେ ଇଣ୍ଟରନାଲ ଶିକ୍ଷକଙ୍କ ସହ ବିଚାର କରି ପରୀକ୍ଷା ତାରିଖଗୁଡ଼ିକ ନିର୍ଦ୍ଧାରଣ କରିବେ। ପରୀକ୍ଷା ତାରିଖରେ କୌଣସି ବୃଦ୍ଧି ହେବନାହିଁ। ସମସ୍ତେ ବୋର୍ଡ ପକ୍ଷରୁ କରୋନା ସଂକ୍ରମଣ ରୋକିବାକୁ ଜାରି ଗାଇଡଲାଇନକୁ ପାଳନ କରିବେ।

Leave a Reply

Your email address will not be published. Required fields are marked *

Back to top button