ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇଛି ସିବିଏସଇ ଦଶମ ପରୀକ୍ଷା ଫଳ। ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିଆଲ ଟ୍ୱିଟ ଯୋଗେ ଏନେଇ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ cbseresults.nic.in ଜରିଆରେ ନିଜର ରେଜଲ୍ଟ ଜାଣିପାରିବେ ବୋଲି ସିବିଏସଇ ପକ୍ଷରୁ କୁହାଯାଇଛି।

ବୁଧବାର ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି। ପ୍ରାୟ ୧୮ ଲକ୍ଷ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ପାସ୍‌ ହାର ରହିଛି ୯୧.୪୬ ପ୍ରତିଶତ। ଗତବର୍ଷ ଏହି ପାସହାର ୯୧.୧୦ ପ୍ରତିଶତ ରହିଥିବ ବେଳେ ଏବର୍ଷ ୦.୩୬ ପ୍ରତିଶତ ବୃଦ୍ଧି ହୋଇଛି। ବାଳିକାମାନଙ୍କର ପାସ୍ ହାର ୯୩. ୩୧ ପ୍ରତିଶତ ଥିବା ବେଳେ ବାଳକମାନଙ୍କର ପାସ୍ ହାର ରହିଛି ୯୦. ୧୪ ପ୍ରତିଶତ। ରିଜନ କଥା ବିଚାରକୁ ନେଲେ ଭୁବନେଶ୍ୱରରେ ପାସ୍‌ ହାର ୯୩.୨୦ ପ୍ରତିଶତ ରହିଛି। ୯୯.୨୮ ପ୍ରତିଶତ ଫଳାଫଳ କରି ପ୍ରଥମ ସ୍ଥାନରେ ତ୍ରିଭେନ୍ଦ୍ରମ ରହିଛି। ସେହିପରି ଚେନ୍ନାଇ ୯୮. ୯୫ ପ୍ରତିଶତ ଓ ବେଙ୍ଗାଲୁରୁ ପାସହର ରହିଛି ୯୮. ୨୩ ପ୍ରତିଶତ। ସବୁଠୁ କମ୍ ଫଳାଫଳ ହାସଲ କରିଥିବା ଜିଲ୍ଲା ଗୌହାଟିର ପାସହର ରହିଛି ୭୯. ୧୨ ପ୍ରତିଶତ।

ମତାମତ ଦିଅନ୍ତୁ ।