ସିଡିପିଓଙ୍କୁ ଧରିଲା ଭିଜିଲାନ୍ସ

ବାସୁଦେବପୁର : ଭିଜିଲାନ୍ସ ଜାଲରେ ଫସିଲେ ବାସୁଦେବପୁର ବ୍ଲକ ସିଡିପିଓ ଜାନକୀ ଦାଶ। ଠିକା ଡ୍ରାଇଭରର ବକେୟା ଦରମା ବିଲ ପାସ କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ହାତରେ ଧରାପଡିଛନ୍ତି।

ଖବର ଅନୁଯାୟୀ ଆଇସିଡିଏସ କାର୍ଯ୍ୟାଳୟର ଠିକା ଡ୍ରାଇଭର ଭାବେ କାମ କରୁଛନ୍ତି ରାଜକିଶୋର ନାୟକ। ୨୦୧୯ ମସିହା ଜୁଲାଇରୁ ତାଙ୍କର ଦରମା ବାବଦ ୪୦ ହଜାର ଟଙ୍କା ବକେୟା ରହିଥିଲା। ଏ ସମ୍ପର୍କରେ ରାଜକିଶୋର ବାରମ୍ବାର ଶ୍ରୀମତୀ ଦାଶଙ୍କୁ କହିଥିଲେ ମଧ୍ୟ ସମୟ ଗଡାଇ ଚାଲିଥିଲେ। ଆଉ ବିଲ ପାସ କରିବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ଦାବି କରିବାରୁ ରାଜକିଶୋର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଶୁକ୍ରବାର ଅପରାହ୍ନରେ ଭଦ୍ରକ ବାଲେଶ୍ୱର ଭିଜଲାନ୍ସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭିଜଲାନ୍ସ ଡିଏସପି ବାସୁଦେବପୁରରେ ପହଞ୍ଚି ଜଗି ରହିଥିଲେ। ଡ୍ରାଇଭର ରାଜକିଶୋର ଶ୍ରୀମତି ଦାଶଙ୍କୁ ଲାଞ୍ଚ ଟଙ୍କା ଦେବାପରେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ।

ମତାମତ ଦିଅନ୍ତୁ ।