ପୁରୁଷଙ୍କ ଶୀଘ୍ରପତନ ସମସ୍ୟାର ଘରୋଇ ଉପଚାର

ଆଜିକାଲିର ଯୁବପିଢ଼ିଙ୍କ ଠାରେ ଯୌନରୋଗ ସମସ୍ୟା ହୋଇ ଉଭା ହୋଇଛି । ପୁରୁଷଙ୍କ ଠାରେ ଶୀଘ୍ରପତନ ଏକ ବଡ ସମସ୍ୟା ଭାବେ ଦେଖାଦେଇଛି । ଆଜି ଆମେ ଏହି ରୋଗର କିଛି ଘରୋଇ ଉପଚାର ସମ୍ପର୍କରେ ପାୟ ଆଣିଛୁ, ଯାହାଦ୍ଵାରା ଏହି ସମସ୍ୟାକୁ ଦୂରେଇ ଦେଇହେବ।

ବଉଳ:

ବଉଳ ଗଛର ପତ୍ର, ଛାଲ, ଫଳ ଓ ଫୁଲକୁ ସମ ପରିମାଣରେ ମିଶାଇ ଭଲଭାବେ ଶୁଖାଇ ଦିଅନ୍ତୁ। ଶୁଖିଯିବା ପରେ ଏହାକୁ ପେଷି ଦିଅନ୍ତୁ। ଏବେ ଏକ କପଡ଼ାରେ ଏହାକୁ ଛାଣି ବୋତଲରେ ଭରି ଦିଅନ୍ତୁ। ଏହି ଚୂର୍ଣ୍ଣକୁ ସକାଳେ ଓ ସନ୍ଧ୍ୟାରେ ଚାମଚେ ଲେଖାଏଁ ପାଣି ସହ ଖାଆନ୍ତୁ। ଶୀଘ୍ର ପତନ ସମସ୍ୟା ଦୂର ହେବ।

ମୂଳହଠି:

ଅଶ୍ୱଗନ୍ଧା ୧୦୦ ଗ୍ରାମ, ମୁଳହଠି ୫୦ ଗ୍ରାମ୍‌ ଓ ଶତାବର ୨୦୦ ଗ୍ରାମ୍‌ ନେଇ ଏକାଠି କରି ଗୁଣ୍ଡ କରି ଦିଅନ୍ତୁ। ଏହାକୁ କପଡ଼ାରେ ଛାଣି ଡବାରେ ରଖନ୍ତୁ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏହି ଚୂର୍ଣ୍ଣକୁ ଅଧ ଚାମଚ କ୍ଷୀର ସହ ସେବନ କରନ୍ତୁ। ଏହାଦ୍ୱାରା ଶୀଘ୍ରପତନ ସମସ୍ୟା ଭଲ ହୋଇଯିବ।

ଅଶ୍ୱଗନ୍ଧା:

୫୦ ଗ୍ରାମ ଅଶ୍ୱଗନ୍ଧା, ୫୦ ଗ୍ରାମ୍‌ ନାଗକେସର ଓ ଜୁଆଣିକୁ ମିଶାଇ ଗୁଣ୍ଡ କରି ଦିଅନ୍ତୁ। ଏହାକୁ ଏକ କାଚ ଡବାରେ ଭରି ରଖନ୍ତୁ। ଏହି ଗୁଣ୍ଡକୁ ହାଲ୍‌କା ଉଷୁମ କ୍ଷୀରରେ ମିଶାଇ ସକାଳେ ସେବନ କରନ୍ତୁ।

ଜୁଆଣି:

ଅଧ ଚାମଚ ଜୁଆଣି ଗୁଣ୍ଡରେ ମିଶ୍ରି ଗୁଣ୍ଡ ମିଶାଇ ସକାଳେ ଓ ସନ୍ଧ୍ୟାରେ ଉଷୁମ କ୍ଷୀର ସହ ସେବନ କରନ୍ତୁ। ଏହା ଦ୍ୱାରା ଜଲ୍‌ଦି ବୀର୍ଯ୍ୟ ନିର୍ଗତ ସମସ୍ୟା ଦୂର ହେବ।

ଧନିଆ:

୧୦୦ ଗ୍ରାମ୍‌ ଧନିଆ ଗୁଣ୍ଡ ଓ ୧୦୦ ଗ୍ରାମ୍‌ ମିଶ୍ରି ଗୁଣ୍ଡକୁ ସମପରିମାଣରେ ମିଶାଇ ଏକ କାଚ ବୋତଲରେ ଭରି ରଖନ୍ତୁ। ଏହି ଚୂର୍ଣ୍ଣକୁ ସକାଳେ ଓ ରାତିରେ ଖାଲି ପେଟରେ ଖାଇବା ଦ୍ୱାରା ବୀର୍ଯ୍ୟର ଶୀଘ୍ର ପତନ ଦୋଷ ଦୂର ହୁଏ।

ମତାମତ ଦିଅନ୍ତୁ ।