ଶିକ୍ଷକଙ୍କ ଠାରୁ ଅଢ଼େଇ ଲକ୍ଷ ଲୁଟ୍

ଅନୁଗୁଳ : ଅବସରପ୍ରାପ୍ତ ଶିକ୍ଷକଙ୍କ ଠାରୁ ଅଢେଇ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ। ଏଭଳି ଘଟଣା ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା କୋଶଳା ବଜାରରେ ଘଟିଛି।

ଖବର ଅନୁଯାୟୀ କୋଶଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଜଳଧର ପ୍ରଧାନ ଛେଣ୍ଡିପଦା ଷ୍ଟେଟ ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କା ଉଠାଇ ବାଇକ ଡିକିରେ ରଖି ଘରକୁ ଫେରୁଥିଲେ। କୋଶଳା ବଜାରରେ ଗାଡି ଡିକିରୁ ଟଙ୍କା ବ୍ୟାଗ ଧରି ତେଜରାତି ଦୋକାନକୁ ଯିବା ପୂର୍ବରୁ ଦୁଇଜଣ ଦୁର୍ବୃତ୍ତ ବାଇକରେ ଆସି ଶିକ୍ଷକଙ୍କଠାରୁ ବ୍ୟାଗ ଝାମ୍ପି ନେଇଥିଲେ। ଅଭିଯୋଗ ପରେ ଛେଣ୍ଡିପଦା ପୋଲିସ ଘଟଣାର ତଦନ୍ତ କରୁଛି।

ମତାମତ ଦିଅନ୍ତୁ ।