ଶିକ୍ଷୟିତ୍ରୀ ପତ୍ନୀକୁ ଛାଡ଼ି ବିବାହିତାଙ୍କୁ ନେଇ ସ୍ଵାମୀ ଫେରାର

ଗୁଣପୁର : ବିବାହର ୧୧ ବର୍ଷ ପରେ ଅନ୍ୟ ଜଣେ ବିବାହିତା ମହିଳାଙ୍କୁ ନେଇ ଛୁ ମାରିଛି ରସିକ ସ୍ଵାମୀ। ଏହି ଘଟଣା ଏବେ ଗୁଣୁପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନ୍ୟଯାୟୀ ସ୍ଥାନୀୟ ବଳରାମନଗରର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଘାସିରାମ ବାଉରୀଙ୍କ ପୁଅ ସରୋଜ ଅନୁଗୁଳ ଆଇପିପିବି ବ୍ୟାଙ୍କରେ ଶାଖା ପରିଚାଳକ ଭାବେ କାର୍ଯ୍ୟ କରନ୍ତି। ୨୦୦୯ରେ ସେ ଗୋପାଳପୁର ଶିବାନୀ ଶିବଦର୍ଶନୀ ଦାସଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ୭ ବର୍ଷର ପୁଅ ଅଛି। ସନ୍ତାନ ଜନ୍ମ ହେବାର କିଛିଦିନ ପରେ ସ୍ୱାମୀ ସରୋଜ ମଦ୍ୟପାନ କରି ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ ବୋଲି ଶିବଦର୍ଶିନୀ ପୋଲିସରେ ଅଭିଯୋଗ୍ କରିଛନ୍ତି।

ଶିବଦର୍ଶିନୀ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ବିଜୟାନନ୍ଦ ହାଇସ୍କୁଲରେ ଶିକ୍ଷୟତ୍ରୀ। ସେ କହିଛନ୍ତି ତାଙ୍କ ସ୍ୱାମୀ ସରୋଜ ଜଣେ ବିବାହିତା ସ୍ତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗୁଣପୁରଠାରେ ଥିବା ତାଙ୍କ ଘରେ ରଖିଛନ୍ତି। ୪ଦିନ ତଳେ ଏ ଖବର ପାଇ ଆଜି ସମ୍ପର୍କୀୟଙ୍କ ସହ ଗୋପାଳପୁରରୁ ତାଙ୍କ ଶ୍ୱଶୁର ଘର ଗୁଣପୁରରେ ପହଞ୍ଚିଥିଲେ। ତାଙ୍କୁ ଦେଖି ସ୍ୱାମୀ-ରକ୍ଷିତା, ଦିଅର ମଣ୍ଟୁ ଓ ଶ୍ୱଶୁର ଘାସିରାମ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ। ପୋଲିସ ମାମଲା ରୁଜୁ ହେବ ପରେ ସ୍ୱାମୀ ଓ ଦ୍ୱିତୀୟ ସ୍ତ୍ରୀ ଫେରାର ହୋଇଯାଇଛନ୍ତି। ଶ୍ୱଶୁର ଘାସିରାମ, ଦିଅର ମଣ୍ଟୁଙ୍କୁ ପୋଲିସ ଅଟକ ରଖିଛି। ସୂଚନା ମିଳିଛି ସରୋଜଙ୍କ ଦ୍ଵିତୀୟ ସ୍ତ୍ରୀ କୁହାଯାଉଥିବା ମହିଳା ହୀରାକୁଦ ନିକଟ ମୁରିବାହାଲ ଅଞ୍ଚଳର। ତାଙ୍କର ଗୋଟିଏ ୧୪ ବର୍ଷର ପୁଅ ଅଛି। ସ୍ୱାମୀ ପ୍ରତିଷ୍ଠିତ ବ୍ୟବସାୟୀ।

ମତାମତ ଦିଅନ୍ତୁ ।