ଶିକ୍ଷୟିତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟ

ବାଲିପାଟଣା : ଶିକ୍ଷାୟତ୍ରୀଙ୍କ ବେକରୁ ସୁନା ଚେନ୍ ଲୁଟିନେଲେ ଲୁଟେରା। ଏହି ଘଟଣା ବାଲିପାଟଣା ଥାନା ବନମାଳିପୁର-ଖଇରିପୁର ରାସ୍ତାରେ ଘଟିଥିବା ଜଣାପଡ଼ିଛି।
ଖବର ଅନୁଯାୟୀ ଗଡଚାରିପଡା ଗ୍ରାମର ସଂଧ୍ୟାରଣୀ ଜେନା ଚଣାହାଟ ଉଚ୍ଚ ବିଦ୍ୟାଳୟର ହିନ୍ଦି ଶିକ୍ଷୟିତ୍ରୀ। ଆଜି ବିଦ୍ୟାଳୟରୁ ଅଟୋରେ ଫେରି ଘରକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଦୁଇଜଣ ଲୁଟେରା ବାଇକରେ ଆସି ସଂଧ୍ୟାରାଣୀଙ୍କୁ ଅଟକାଇଥିଲେ। ଜଣେ ସଂଧ୍ୟାରାଣୀଙ୍କ ପାଟିକୁ ଚାପି ଧରିଥିଲା। ଅନ୍ୟ ଜଣକ ବେକରୁ ସୁନା ଚେନ୍ ଛିଣ୍ଡାଇବା ପରେ ଦୁହେଁ ଫେରାର ହୋଇଯାଇଥିଲେ। ବାଲିପାଟଣ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରାଙ୍କ ଟେର ପାଇନି।