ସିଲ୍ ହେଲା ରାଇକିଆ ଥାନା

ଜି.ଉଦୟଗିରି : ଜଣେ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ରାଇକିଆ ଥାନାକୁ ସିଲ୍‌ କରାଯାଇଛି। କର୍ମଚାରୀ ଜଣଙ୍କ ଗଞ୍ଜାମ ଜିଲ୍ଲାକୁ ଡ୍ୟୁଟି କରିବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଥାନାର ସମସ୍ତ କର୍ମଚାରୀଙ୍କୁ ହୋମ୍ କ୍ଵାରାଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି। ଆଜିଠାରୁ ଫୁଲବାଣୀରୁ ଅସ୍ଥାୟୀ କର୍ମଚାରୀ ଆସି ଅଲଗା ସ୍ଥାନରେ ଥାନା ଚାଲିବା ନେଇ ସୂଚନା ଦିଆଯାଇଛି।

ମତାମତ ଦିଅନ୍ତୁ ।